-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
03-Jul-2026
(ପ୍ରିୟଦର୍ଶିନୀ ପାତ୍ର,)
ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ ଦେଲେ ଜନଜାତି ସୁରକ୍ଷା ମଞ୍ଚର ମାଝୀ ଏବଂ ପୂଜାରୀ ପରିବାର। ସୁଚନା ପ୍ରକାରେ ଝରୀଗାଁ ତହସିଲ ଅଧିନ କାନାକୋଟି ପଞ୍ଚାୟତ ଅନ୍ତର୍ଗତ ବୁଆଳିବେଡା ଗ୍ରାମର ଜମି ଜୁମା ସମନ୍ଧୀୟ ଓଡିଶା ହାଇକର୍ଟର ଅଡ଼ର ଏବଂ ଦରଖାସ୍ତ ନେଇ ଉଭୟ ମାଝୀ ପରିବାର ଏବଂ ପୂଜାର ପରିବାର ତରଫରୁ ନୁରେନ ମାଝୀ ଏବଂ ବୁଦୁରୁ ପୂଜାରୀ ତାଙ୍କ ସହଯୋଗୀ ମାନଙ୍କ ସହ ତହସିଲ କାର୍ଯ୍ୟାଳୟ କୁ ଯାଇଥିଲେ । କିନ୍ତୁ ତହସିଲଦାର ତାଙ୍କ ଆପ୍ଲିକେସନେ ଏବଂ କର୍ଟ ଅଡ଼ର କୁ ଦେଖିବା ପରେ ଫପାଡି ଦେଇଥିବା ଏବଂ ଜାତିକୁ ଆକ୍ଷେପ କରି ଗଲିଗୁଳଜ କରିଥିବା ଅଭିଯୋଗ ଆଣି ଉଭୟ ପରିବାର ଥାନରେ ଏକ ଲିଖିତ ପାତ୍ର ତା 01.07.2026 ରିଖରେ ଦାଖଲ କରିଛନ୍ତି। ଏବଂ ଥାନା ସମ୍ମୁଖରେ ଝରୀଗାଁ ତହସିଲଦାର ସୁମତ ପାତ୍ର ଙ୍କ ଆରେଷ୍ଟ ଦାବିରେ ଧରଣରେ ବସିଥିଲେ। ବର୍ତ୍ତମାନ ଏହି ଘଟଣାର ପୋଲିସ ତଦନ୍ତ ଚାଲିଛି। ଜଣେ ତହସିଲଦାର ଏଭଳି ନିରୀହ ଆଦିବାସୀ ଭାଇ ମାନଙ୍କୁ ଦୁର୍ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମାହଲରେ ଆଲଚନା ହେଉଛି। ଏହି ଘଟଣାର ଜିଲ୍ଲାସ୍ତରୀୟ ନିରପକ୍ଷ ତଦନ୍ତ ହେବା ଉଚିତ ଏବଂ ପ୍ରକୃତ ଘଟଣା କଣ ତାହା ତଦନ୍ତ ପରେ ଜଣାପଡିବ।