-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||     

HOME   ଜିଲ୍ଲା

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,

17-Jul-2026



ବରପାଲି - (ସୁଦାମ ଦୀପ)  ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରାୟ ୨୨.୨୮ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମାଣ କରାଯାଇଥିବା ବରପାଲି ରେଳ ଷ୍ଟେସନର ଆଜି ଲୋକାର୍ପଣ କରାଯାଇଛି। ଏହା ସହ ବଲାଙ୍ଗୀର ଓ କେସିଙ୍ଗା ରେଳ ଷ୍ଟେସନର ମଧ୍ୟ ଲୋକାର୍ପଣ କରାଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ଚୌଧୁରୀ, ପ୍ରସନ୍ନ ପାଣ୍ଡେ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସଂଯୋଜିକା ମୁଗ୍ଧା ଦାଶଙ୍କ ସମେତ ବହୁ ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।ପୁନଃନିର୍ମିତ ବରପାଲି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ସର୍କୁଲେଟିଂ ଏରିଆ, ପାର୍କିଂ, ଦିବ୍ୟାଙ୍ଗ-ବନ୍ଧବ ସୁବିଧା, ୧୨ ମିଟର ପ୍ରସ୍ଥର ଫୁଟ୍ ଓଭରବ୍ରିଜ୍, ଉନ୍ନତ ଆଲୋକୀକରଣ, ସିସିଟିଭି, ଡିଜିଟାଲ ସୂଚନା ବୋର୍ଡ ଓ ପବ୍ଲିକ ଆଡ୍ରେସ୍ ସିଷ୍ଟମ୍ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ବରପାଲି ସହ ବରଗଡ଼, ବିଜେପୁର, ପଦ୍ମପୁର, ଗାଇସିଲେଟ, ଡୁଙ୍ଗୁରୀପାଲି, ରାମପୁର ଓ ସୁବର୍ଣ୍ଣପୁର ଅଞ୍ଚଳର ଯାତ୍ରୀମାନେ ବହୁ ଉପକୃତ ହେବେ।ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଥିଲେ ଯେ, ଅମୃତ ଭାରତ ଷ୍ଟେସନ ଯୋଜନା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ରେଳ ଭିତ୍ତିଭୂମିରେ ଐତିହାସିକ ପରିବର୍ତ୍ତନ ଆସୁଛି। ବରପାଲି, ବଲାଙ୍ଗୀର ଓ କେସିଙ୍ଗା ଷ୍ଟେସନର ଆଧୁନିକୀକରଣ ଦ୍ୱାରା ଯାତ୍ରୀମାନେ ଉନ୍ନତ ସୁବିଧା ପାଇବେ। ଏହା ସହ ସ୍ଥାନୀୟ ବ୍ୟବସାୟ, ପର୍ଯ୍ୟଟନ, କୃଷି ଓ ଶିଳ୍ପ କ୍ଷେତ୍ରର ବିକାଶକୁ ମଧ୍ୟ ନୂଆ ଗତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରେଳ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଆଜି ଗ୍ରାମାଞ୍ଚଳର ଷ୍ଟେସନଗୁଡ଼ିକ ମଧ୍ୟ ବିଶ୍ୱସ୍ତରୀୟ ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ।ଲୋକାର୍ପଣ ଉତ୍ସବ ଅବସରରେ ବରପାଲିର ବିଭିନ୍ନ ସାମାଜିକ, ବ୍ୟବସାୟିକ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଯଶମନ୍ତପୁର–ହାଟିଆ ଏକ୍ସପ୍ରେସ୍, ଟାଟା–ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍, ପୁରୀ–ଅହମଦାବାଦ ଏକ୍ସପ୍ରେସ୍, ସୋନପୁର–ପୁରୀ ଏକ୍ସପ୍ରେସ୍ ଏବଂ ସମ୍ବଲପୁର–ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ର ବରପାଲି ରେଳ ଷ୍ଟେସନରେ ନିୟମିତ ରହଣି ବ୍ୟବସ୍ଥା କରିବାକୁ ଦାବି ଜଣାଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଏହି ଟ୍ରେନ୍‌ଗୁଡ଼ିକର ରହଣି ହେଲେ ବରପାଲି ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ଯାତ୍ରୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ଚାକିରିଆମାନେ ବହୁ ଉପକୃତ ହେବେ। ସାଂସଦ ମଧ୍ୟ ଏହି ଦାବିକୁ ରେଳ ମନ୍ତ୍ରଣାଳୟ ନିକଟରେ ଉପସ୍ଥାପନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିଲେ।ସ୍ଥାନୀୟ ଲୋକେ ବରପାଲି ରେଳ ଷ୍ଟେସନର ଏହି ନୂଆ ରୂପକୁ ଗ ଓଡ଼ିଶାର ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026
  ଜିଲ୍ଲା  
ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   05-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   05-Sep-2026
  ରାଜ୍ୟ  
ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   05-Sep-2026
  ଜିଲ୍ଲା  
ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   05-Sep-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   05-Sep-2026
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026

You Might Also Like