-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
14-Jul-2026
ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକା କୁ ମିଶାଇ ମୋଟ ନଟି ଶ୍ରେଣୀ କୁ ୧୩୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏହି ସ୍କୁଲ ରେ ମାତ୍ର ତିନିଜଣ ଶିକ୍ଷକ ଥିବାରୁ ଶିକ୍ଷ୍ୟା ଦାନରେ ଗଭୀର ବ୍ୟତିକ୍ରମ ଘଟିଥିବା ଶିକ୍ଷା ପରିଚାଳନା କମିଟି ଅଭିଯୋଗ ଆଣିଛନ୍ତି ଯଦି ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ଏହି ସ୍କୁଲ କୁ ଶିକ୍ଷକ ପ୍ରଦାନ ନ କରନ୍ତି ତା ହେଲେ କୌଣସି ବି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି
ଏବଂ ନର୍ଲା ବ୍ଲକ ଅନେକ ସ୍କୁଲରେ ଛାତ୍ର ସଂଖ୍ୟା ଅନୁଯାଇ ଶିକ୍ଷକ ଅଧିକ ଥିବାବେଳେ କଣ ପାଇଁ ଶିକ୍ଷକ ଟିଏ ପାଇଁ ଅଭିଭାବକ ମାନଙ୍କୁ ଆନ୍ଦୋଳନ ଓ ଧାରଣା କୁ ଓଲ୍ଲାଇବାକୁ ପଡୁଛି ବୋଲି smc ଅଭିଯୋଗ ଆଣିବା ଶହ ଏଥିପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାୟି କରିଛନ୍ତି କାରଣ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବଦଳି ହୋଇ ଥିଲେ ବି ଗାଦି ଛାଡୁ ନ ଥିବା ସୂଚନା ରହିଛି
ଏଣୁ ଏଦିଗରେ ଜିଲ୍ଲା ପାଳ ତୁରନ୍ତ ଦୃଷ୍ଟି ଦେଇ ଛାତ୍ର ସଂଖ୍ୟା ଅନୁଯାଇ ଅଧିକଶିକ୍ଷକ ଥିବା ସ୍କୁଲ ରୁ ଶିକ୍ଷକ ମାନଙ୍କୁ ନିଆଯାଇ ଶିକ୍ଷକ ନିଅଣ୍ଟ ଭରଣା କରିବା ପାଇଁ ଦାବି ହୋଇଛି