-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
11-Jul-2026
ଡୁଙ୍ଗୁରିପାଲି, ତା ୧୧/୭ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଅଭିଭାବକ/ ଅଭିଭାବିକା ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଭାରେ ଅତିଥି ଭାବରେ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦିଘୋଷ ବାରିକ ଓ ଅଙ୍ଗନବାଡ଼ି କର୍ମୀ ବଲ୍ଲଭି ବନଛୋର ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରଦାନକରିଥିଲେ । ଏହି ଅବସରରେ ଆୟୋଜିତ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ମାଆମାନେ ସମବେତ ଛାତ୍ର ଛାତ୍ରୀଙ୍କ ସହ ଗଛ ଲଗାଇବା ସହ ଯତ୍ନ ନେବା ପାଇଁ ପ୍ରବର୍ତ୍ତାଇଥିଲେ । ଛାତ୍ରୀ ଶ୍ରିମୟୀ ସେଠ୍ ଓ ଦିପ୍ତିଶିଖା ବାଗ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ପାୟଲ ବିଶ୍ଵକର୍ମା ଓ ସାଥୀ ନୃତ୍ୟ ପରିବେଷଣ କରିଥିଲେ ।ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିଲେ ଓ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ସଞ୍ଜୀବ କୁମାର ପୂଜାରୀ, ଆଲୁମିନି ସଦସ୍ୟ କିରନ କୁମାର ପଟେଲ , ଲିପି ପ୍ରଧାନ, କର୍ମଚାରୀ ସୁରଜ୍ ଖମାରୀ, ସମୀର କଠାର,ବିଭୀଷଣ ଖମାରୀ ଓ ମିନିକେତନ ଦାସ ସହାଯୋଗ କରିଥିଲେ।