-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||     

HOME   ଜିଲ୍ଲା

କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ଭୁଏ ଙ୍କ ବିୟୋଗ

10-Jul-2026



ଅତାବିରା(ଆକାଶ ମିଶ୍ର):  କର୍ତ୍ତବ୍ୟର ବେଦୀରେ ନିଜକୁ ସମର୍ପି ଦେଇଥିବା ଜଣେ ନିଷ୍ଠାପର କର୍ମଚାରୀ ସୁଶୀଲ  ଭୂଏ (୪୮)ଙ୍କ ଅକାଳ ବିୟୋଗ ଘଟିଛି। ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ଉଚ୍ଚ ବିଦ୍ୟାଳୟର ଏହି ଦକ୍ଷ କର୍ମଚାରୀଙ୍କ ଗତ ବିଳମ୍ବିତ ରାତିରେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ବିଭିନ୍ନ ପାରିବାରିକ ସମସ୍ୟା ଯୋଗୁଁ ମାନସିକ ଚିନ୍ତାଗ୍ରସ୍ତ ମଧ୍ୟ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର କିଛି ଦିନ ଛୁଟିରେ ରହି ଚିକିତ୍ସିତ ହେବାକୁ ପଡ଼ିଥିଲା।

ନିଷ୍ଠାପରତା ର ଅନନ୍ୟ ଉଦାହରଣ ଥିଲେ ସୁଶୀଲ
୧୯୯୭ ମସିହାରୁ ବିଦ୍ୟାଳୟ ପ୍ରତିଷ୍ଠା ସମୟରୁ ହିଁ ସୁଶୀଲ ଏଠାରେ ନିଜର ସେବା ପ୍ରଦାନ କରି ଆସୁଥିଲେ। ବିଦ୍ୟାଳୟଟି ଏଡେଡ୍ (ଅନୁଦାନପ୍ରାପ୍ତ) ହୋଇଥିବାରୁ ଦୀର୍ଘ ବର୍ଷ ଧରି ସେ ବିନା ଦରମାରେ କେବଳ ଶିକ୍ଷାୟତନ ର ବିକାଶ ପାଇଁ ନିଜକୁ ଖଟାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଅନୁଦାନ ମିଳିବା ପରେ ସେ ଯେଉଁ ସ୍ୱଳ୍ପ ଦରମା ପାଉଥିଲେ, ସେଥିରେ ହିଁ ତାଙ୍କ ପରିବାର ପ୍ରତି ପୋଷିତ ହେଉଥିଲା। ତାଙ୍କର କାର୍ଯ୍ୟଦକ୍ଷତା ଓ ନିଷ୍ଠା ଏଭଳି ଥିଲା ଯେ, ବିଶ୍ୱ ମହାମାରୀ କରୋନା ସମୟରେ ଯେତେବେଳେ ସଂକ୍ରମଣ ଭୟରେ କେହି ଆଗକୁ ଆସୁନଥିଲେ, ସେତେବେଳେ ତାଙ୍କୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଡେପୁଟେସନରେ ରଖାଯାଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ତାଙ୍କର ଆହୁରି ୧୨ ବର୍ଷ ଚାକିରି ରହିଥିଲା ।କିନ୍ତୁ ଅଧୁରା ସ୍ବପ୍ନ  ନେଇ ସେ ଚାଲିଗଲେ।
ଆଜି ସ୍ଥାନୀୟ ଗୋଡ଼ଭଗା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ପୁତ୍ର ସନ୍ତାନ ନଥିବାରୁ ତାଙ୍କର ବଡ଼ ଝିଅ ରୀନା (ଯୁକ୍ତ ଦୁଇ ପାସ୍) ପିତୃଭକ୍ତିରଜ ପରିଚୟ ଦେଇ ବାପାଙ୍କୁ ମୁଖାଗ୍ନି ଦେଇଥିଲେ, ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିକୁ ଓଦା କରିଦେଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ପୂର୍ବତନ ସରପଞ୍ଚ ଦିନେଶ ଗାଇ ଗରିଆ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ତାଙ୍କରି ବିୟୋଗରେ ଆଜି ଲରାସରା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ମନବୋଧ ମାଝୀଙ୍କ ତତ୍ତ୍ୱାବଧାନରେ ଏକ ଗଭୀର ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଓଷ୍ଟା ବ୍ଲକ ସମ୍ପାଦକ ପ୍ରସନ୍ନ ବେହେରା ସ୍ୱର୍ଗତ ଭୁଏ ଙ୍କ ସ୍ମୃତି ଚାରଣ କରି ତାଙ୍କର ସରଳ ଜୀବନ ଓ ଆନୁଗତ୍ୟର ଭୂୟସୀ ପ୍ରଶଂସା କରିଥିଲେ।
 
ସୁଶୀଲ ହିଁ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି। ବଡ଼ ଝିଅ ରୀନାଙ୍କ ଆଗକୁ ପଢ଼ାପଢ଼ି ଏବଂ ଅଷ୍ଟମ ଶ୍ରେଣୀରେ ପଢୁଥିବା ସାନ ଝିଅ ଶିଖାର ଭବିଷ୍ୟତ ଏବେ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି। ଏହା ସହିତ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଶାଶୁ-ଶ୍ୱଶୁରଙ୍କ ଚିକିତ୍ସା ଓ ଔଷଧ ଖର୍ଚ୍ଚ କେମିତି ଚଳିବ, ସେ ନେଇ ସୁଶୀଲଙ୍କ ପତ୍ନୀ ଗୁଲାପି ଓ ପରିବାର ଭାଙ୍ଗି ପଡ଼ିଛନ୍ତି।
 ଯଦି ଏହା ସମ୍ପୂର୍ଣ୍ଣ ସରକାରୀ ବିଦ୍ୟାଳୟ ହୋଇଥାନ୍ତା, ତେବେ ଅନୁକମ୍ପାମୂଳକ ନିଯୁକ୍ତି  ଅଧୀନରେ ପରିବାରର ଜଣକୁ ଚାକିରି କିମ୍ବା ପେନସନ ମିଳିପାରିଥାନ୍ତା। କିନ୍ତୁ ଅନୁଦାନପ୍ରାପ୍ତ (Aided) ସ୍କୁଲ ହୋଇଥିବାରୁ ଏଭଳି କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ।
ଏହି ଘଟଣା ଆଜି ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ହଜାର ହଜାର କର୍ମଚାରୀଙ୍କ ସାମାଜିକ ଓ ଆର୍ଥିକ ଅସୁରକ୍ଷିତତାକୁ ପଦାରେ ପକାଇଛି। ଏହି ଅସହାୟ ପରିବାରର ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେଇ ସରକାର ତୁରନ୍ତ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଂଗଠନ ପକ୍ଷରୁ ଦୃଢ଼ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   06-Sep-2026
  ଜିଲ୍ଲା  
ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   06-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   06-Sep-2026
  ଜିଲ୍ଲା  
ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   06-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026

You Might Also Like