-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||      ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   (06-Sep-2026)       ||      ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||     

HOME   ଜିଲ୍ଲା

ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା

08-Jul-2026



ବିନିକା(ପ୍ରେରଣା ଖବର): ପ୍ରାୟ ୨୦ ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅଧୀନସ୍ଥ ସିଂଘିଯୁବା ଗ୍ରାମରେ ଥିବା ବିନିକା ବ୍ଲକ୍ ଅଧ୍ୟକ୍ଷାଙ୍କ ଘର ଉପରକୁ କିଛି ଦୁର୍ବୁତ୍ତ ୨୮ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଯଦ୍ୱାରା ତାଙ୍କ ଘର ଠାରେ ଥିବା ଚାରି ଚକିଆ ଯାନର କାଚ ଭାଙ୍ଗିବା ସହ ଦୋକାନ ଗୃହ ସଟର୍ ରେ ଗୁଳି ବାଜି ବିଭିନ୍ନ ସ୍ଥାନରେ ଛିଦ୍ର ହୋଇଯାଇଛି। ଚର୍ଚ୍ଚା ହୁଏ କୁଆଡେ ଏହି ଗୁଳି ଚାଳନା ଏକ ପ୍ରକାର ଭୟ ପ୍ରଦର୍ଶନ କରିବା। ତେବେ ଏହି ଘଟଣାରେ କେତୋଟି ବନ୍ଧୁକ ବ୍ୟବହାର ହୋଇଥିଲା ଏବଂ ସେହି ବନ୍ଧୁକ ମାନଙ୍କର ଲାଇସେନ୍ସ ଅଛି କି ନାହିଁ ପୋଲିସ ତଦନ୍ତ କରୁଥିବା କହୁଛି। ପୋଲିସ ବି ଏନ ଏସ ର ୧୦୯ ଦଫାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଘଟଣାର ମାଷ୍ଟରମାଇଣ୍ଡ୍ କୁ ଖୋଜୁଛି। ଏତେ ପରିମାଣର ଗୁଳି ଚାଳନା ଓଡ଼ିଶାରେ ପ୍ରଥମ ଥର ସୁବର୍ଣ୍ଣପୁର ଜିଲ୍ଲାର ସିଂଘିଯୁବା ଗ୍ରାମରେ  ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଯେଉଁଠି ବ୍ଲକ୍ ଅଧ୍ୟକ୍ଷା ସୁରକ୍ଷିତ ନାହାନ୍ତି ସେଠି ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି।
ଏହି ଗଣ୍ଡଗୋଳ ଘରୋଇ କଳହ ସହ ଠିକା କାରବାରକୁ ନେଇ ଘଟିଥିବା ଅନୁମାନ କରାଯାଏ। ପୋଲିସ ତଦନ୍ତ ପରେ ଘଟଣା ର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିବ। ଗୋଟିଏ ପଟେ ସାମ୍, ଦାମ୍,ଦଣ୍ଡ,ଭେଦ ର ଦ୍ୱାହି ଦେଉଥିବା ବେଳେ ଅନ୍ୟପଟେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ।

 ସୂଚନାରୁ ପ୍ରକାଶ,  ସିଂଘିଯୁବା ଗ୍ରାମ ନିକଟସ୍ଥ ସାନଭାଲୁପାଲି ଗ୍ରାମରେ ବିନା କାଗଜପତ୍ରରେ ବର୍ଷାଧିକାଳ ହେବ ବରଗଡ଼ ଜିଲ୍ଲାର କିଛି ପ୍ରତିପତ୍ତିଶାଳୀ ଯୁବକ ଏକ କ୍ରସର୍ କରି କୋଟି କୋଟି ଟଙ୍କାର ରାଜସ୍ୱ ହଡ଼ପ କରି ବ୍ୟବସାୟ କରୁଥିବା ଚର୍ଚ୍ଚା ହେଉଛି। କୁଆଡେ ଏହି କ୍ରସରରୁ ବାହାରୁଥିବା ପଥର ନିମ୍ନ ମାନର ଥିବା ବେଳେ ଅନ୍ୟ କ୍ରସର୍ ଠାରୁ ଦରରେ ତିନି ଚାରି ଟଙ୍କା ଅଧିକ। ଏଣୁ ଅନ୍ୟ ପକ୍ଷ ନିଜର ଠିକା କାମ ପାଇଁ ଏହି କ୍ରସର ଉପରେ ନିର୍ଭର ନ କରି ବଲାଙ୍ଗିର ଜିଲ୍ଲାର ଏକ କ୍ରସର୍ ରୁ ତାଙ୍କର ସାମାନ୍ ନେବା ଆରମ୍ଭ କଲେ। ଯଦ୍ୱାରା ଏହି କ୍ରସର୍ ର ବ୍ୟବସାୟରେ ବାଧା ସୃଷ୍ଟି ହେଲା। କୁଆଡେ ଠିକାଦାରଙ୍କ ଠିକା କାମ କରିଥିବା ପ୍ରାପ୍ୟ ବନ୍ଦ କରିଦିଆଗଲା ବୋଲି ଚର୍ଚ୍ଚା ହୁଏ। ତେବେ ଘଟିଥିବା ଘଟଣା ଏହାର କାରଣ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ କ୍ରସର୍ ଭିତରେ ଥିବା ରାସ୍ତା ମରାମତିର ଫଳକକୁ ଦେଖିଲେ ଜଣାପଡ଼େ ବିନିକାର ପଞ୍ଚାୟତ ସମିତିର କାର୍ଯ୍ୟଦକ୍ଷତା କେତେ ଠିକ୍। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡ଼ିଶା ର ୧,୪୩,୮୦୩ ଟଙ୍କା ୨୦୨୫/୨୬ ଆର୍ଥିକ ବର୍ଷରେ କମିରା କେନାଲ ବ୍ରିଜ୍ ଠାରୁ ସାନଭାଲୁପାଳି ରାସ୍ତା ମରାମତି ନାମରେ ଉଠିଥିବା ଟଙ୍କା ଏହି କ୍ରସର୍ ଭିତରେ ଥିବା ଫଳକରୁ ଜଣାପଡ଼େ ଏହି ଟଙ୍କା ଉପରୋକ୍ତ ରାସ୍ତା ପାଇଁ ନା କ୍ରସର୍ ର ରାସ୍ତା ପାଇଁ ତାହା ତଦନ୍ତ ସାପେକ୍ଷ୍ୟ।
୨୮ରାଉଣ୍ଡ ଗୁଳି ଚାଳନାକୁ ନେଇ ରାମପୁର ଏବଂ ବିନିକା ଥାନାରେ ପୃଥକ୍ ପୃଥକ୍ ମାମଲା ହୋଇଥିବା ବେଳେ ପୋଲିସ ଏହାର ମାଷ୍ଟରମାଇଣ୍ଡ କୁ ଖୋଜୁଛି। ପୋଲିସ ମାଷ୍ଟରମାଇଣ୍ଡ୍ କୁ ଧରିବାରେ ସଫଳ ହେବ ତ ?

  ଆଗାମୀ ଦିନରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅଭିଯୁକ୍ତଙ୍କ ନାମ ସହ ସ୍ଥାନିତ ହେଵ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026
  ଜିଲ୍ଲା  
ସାମ୍ବାଦିକଙ୍କ ମାତୃ ବିୟୋଗ   06-Sep-2026
  ଜିଲ୍ଲା  
ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   06-Sep-2026
  ଜିଲ୍ଲା  
ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା   06-Sep-2026
  ଜିଲ୍ଲା  
ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   06-Sep-2026
  ଜିଲ୍ଲା  
ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   06-Sep-2026
  ଜିଲ୍ଲା  
ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   06-Sep-2026
  ଜିଲ୍ଲା  
ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   06-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   06-Sep-2026
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   06-Sep-2026

You Might Also Like