-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ବେଗୁନିଆପଡା:(ଉମା ମହାରଣା):ଖଲ୍ଲିକୋଟ ରେଞ୍ଜ ସୁମଣ୍ଡଳ ବନ ବିଭାଗ ଅନ୍ତର୍ଗତ ବୁଢ଼ୀ ଘାଟି ଜଙ୍ଗଲ ରେ ଅଚାନକ ନିଆଁ ଲାଗି ପ୍ରାୟ ଏକ ହେକ୍ଟର ରୁ ଉର୍ଦ୍ଧ ଜାଗାରେ ନିଆଁ ଲାଗିଯାଇଛି | ସୂଚନା ଅନୁଯାୟୀ ସେହି ଜଙ୍ଗଲ ପାଖରେ ଥିବା ଡ଼ାଳୁଆ ଠାକୁରାଣୀ ଙ୍କ ପୀଠରେ କିଛି ଅଜଣା ଲୋକ ଭୋଜି କରିବା ନିଆଁ ଲିଭାଇ ନଥିଲେ |ପରେ ସେଠାରୁ ନିଆଁ ଲାଗିଥିବା ଅନୁମାନ କରୁଛି ବନ ବିଭାଗ | ସୁମଣ୍ଡଳ ବନ ବିଭାଗର ବନପାଳ ଜିତେନ୍ଦ୍ର କୁମାର ରାଉତ ଏ ନେଇ ଅବଗତ ହେବା ପରେ ତତକ୍ଷଣାତ ବନ କର୍ମଚାରୀ ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କୁ ଆଣିଥିଲେ | ଏଥିରେ କୌଣସି ନାମୀ ଗଛ କ୍ଷତି ହୋଇନଥିବା କହିଛନ୍ତି ଶ୍ରୀ ରାଉତ | ନିଆଁ ଲିଭା ରେ ବନରକ୍ଷୀ ସୁଦାମ ଚରଣ ଦଳେଇ, ସୁଜାତା ସାହୁ,ଏସ ପି ଏ
ସ ସ୍କ୍ୱାଡ଼ ପ୍ରମୁଖ ସହଯୋଗ କରିଥିଲେ |ଘଟଣା ସମ୍ପର୍କରେ ଲେଖା ଯିବା ବେଳକୁ ନିଆଁ କେଉଁ କାରଣ ରୁ ଲାଗିଲା ସେ ନେଇ ତଦନ୍ତ କରୁଛନ୍ତି ବନ ବିଭାଗ କର୍ମଚାରୀ |ସ ସ୍କ୍ୱାଡ଼ ପ୍ରମୁଖ ସହଯୋଗ କରିଥିଲେ |ଘଟଣା ସମ୍ପର୍କରେ ଲେଖା ଯିବା ବେଳକୁ ନିଆଁ କେଉଁ କାରଣ ରୁ ଲାଗିଲା ସେ ନେଇ ତଦନ୍ତ କରୁଛନ୍ତି ବନ ବିଭାଗ କର୍ମଚାରୀ |