-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ବଲାଙ୍ଗୀର/ଟିଟିଲାଗଡ(ପ୍ରେରଣା ଖବର): ଟିଟିଲାଗଡ ଥାନା ନିକଟରେ ଏକ ପିକଅପ ଗାଡି ସେଠି ନିୟମିତ ପରିବା ବିକ୍ରି କରୁଥିବା କୁଚିଆ ଦୋକାନ ଗୁଡ଼ିକ ଉପରେ ଚଢ଼ି ଯାଇ ଥାନା କ୍ୱାର୍ଟର ବlଡ ରେ ଥିବା ଗେଟ କୁ ଧକ୍କା ଦେଇ ଉକ୍ତ ଗାଡି ଓଲଟି ପଡ଼ିଥିଲା । ଚମ୍ପା ବାଗ ନାମକ ଜଣେ ୭୨ ବର୍ଷୀୟ ବୃଦ୍ଧା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ତିନି ଜଣ କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି । ଏକ ଦୁଃଖଦ ଘଟଣା କ୍ରମରେ ଉକ୍ତ ମୁତା ବୃଦ୍ଧ ଙ୍କ ର ପୁଅ ବୁଲୁ ବାଗ ମଧ୍ୟ ଗତ ପାଞ୍ଚ ବର୍ଷ ତଳେ ଏକ ଅଜଣା ରୋଗରେ ମୃତ୍ୟୁବରଣ କରିଥିଲେ । ପୁଅର ମୃତ୍ୟୁ ପରେ ଗତ ଦୁଇବର୍ଷ ତଳେ ବୋହୁ ପୂର୍ଣ୍ଣିମି ବାଗ ର
ବି ମୃତ୍ୟୁ ଘଟିଥିଲା । ତେବେ ଉକ୍ତ ପୁଅ ବୋହୁଙ୍କ ମୃତ୍ୟୁ ପରେ ଦୁଇଟି ଝିଅ ଓ ଗୋଟିଏ ପୁଅ ଙ୍କୁ ସେ ଘରକାମ କରି ବହୁ କଷ୍ଟରେ ଲାଳନପାଳନ କରୁଥିଲେ । ଏବେ ଉକ୍ତ ତିନି ଛୋଟ ସନ୍ତାନଙ୍କୁ ସରକାରୀ ସହାୟତା ସହ ଟ୍ରାଫିକ ସମସ୍ୟାର ସମାଧାନ ନେଇ ଟିଟିଲାଗଡ଼ ସହରରେ ରାସ୍ତାରୋକ କରାଯାଇଛି ।