-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ଟିଟିଲାଗଡ଼, ବଲାଙ୍ଗୀର(ପ୍ରେରଣା ଖବର) : କିଛି ସମୟ ପୂର୍ବରୁ ଆମେ ଟିଟିଲାଗଡ଼ ରେ ଘଟି ଯାଇଥିବା ସେହି ଦୁଃଖଦ ଘଟଣା ର ଲାଇଭ ଚିତ୍ର ଦେଖାଇବା ସହ ଖବର ପ୍ରକାଶିତ କରିଥିଲୁ l
ପରିବା ବିକାଳୀଙ୍କ ଉପରେ ମାଡିଗଲା ମାଲବାହୀ ଗାଡି। ଚାଲିଗଲା ମହିଳା ପରିବା ବିକାଳୀଙ୍କ ଜୀବନ। ଗୁରୁତର ଅବସ୍ଥାରେ ୨ ଜଣ ଗ୍ରାହକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟିଟିଲାଗଡ଼ ସହରର ହିନ୍ଦୀ ହାଇସ୍କୁଲ ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ୫୦ ବର୍ଷୀୟ ସୀତା ବେହେରା ନାମକ ଜଣେ ମହିଳା ରାସ୍ତା କଡରେ ପରିବା ବିକ୍ରି କରୁଥିଲେ।
ଦ୍ରୁତଗତିରେ ଆସୁଥିବା ମାଲ ବୋଝେଇ ପିକ୍ଅପ ଗାଡି ପରିବା ଦୋକାନ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।୫୫ ବର୍ଷୀୟ ଶିଶିର ମାଝୀ ଏବଂ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଏହି ଦୁର୍ଘଟଣାରେ ପରିବା ବିକାଳୀଙ୍କ ମୃତ୍ୟୁ ସହ ପରିବା ଦୋକାନୀ ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଏପରି କି ଟ୍ରାଫିକ ସମସ୍ୟାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଟ୍ରାଫିକ ସମସ୍ୟା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।