-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ବଗବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପ୍ରସାଦ ସିଂ ଜୁଲାଇ ମାସରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ।କରୋନା ମହାମାରୀ କୁ ନଜରରେ ରଖି ତାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାକୁ ସ୍ଥଗିତ ରଖାଯାଇଥିଲା।କରୋନା ମହାମାରୀ ର ନିୟମ ଟିକିଏ କୋହଳ ହେବା ପରେ ଆଜି ବଗବାହାଲ ଗ୍ରାମ ନିକଟସ୍ଥ ଆମ୍ବ ବଗିଚାରେ କୋଭିଦ ନିୟମକୁ ମାନି ଶ୍ରୀ ସିଂଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପୁରୋହିତ, ବିଆରସିସି କମ ଏବିଇଓ ଶ୍ରୀ ଫକୀର ଚରଣ ବିଶି,ଏବିଇଓ ଶ୍ରୀ ରଘୁନାଥ ମହରା, ଶ୍ରୀ ବିରଞ୍ଚି ନାରାୟଣ ଦାଶ,ସଭାପତି, ଏନପିଏସ,ଶ୍ରୀ ଭୀମସେନ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ।ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ସିଂ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହେବା ସତ୍ତ୍ୱେ ନିଜ ଗ୍ରାମ କୁଟୁମ୍ବଦୋଳାରୁ ଆସି ଜଙ୍ଗଲ ଅଧ୍ଧ୍ୟଷିତ ବ୍ଳକରେ ଚାକିରି ରେ ଯୋଗ ଦେଇ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ସକ୍ଷମ କରି ଗଢିତୋଳିବାରେ ବହୁତ ପରିଶ୍ରମ କରିଥିଲେ ଏଣୁ ଏହା ଏକ ଶିକ୍ଷକ ସମାଜର ଗର୍ବର ବିଷୟ ବୋଲି ଅତିଥି ମାନେ ମତ ରଖି ଥିଲେ।ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ କିଛି ପ୍ରୀତି ଉପହାର ପ୍ରଦାନ କରିଥିଲେ।କ୍ଳଷ୍ଟରର ସିଆରସିସି ଶ୍ରୀ ପ୍ରସନ୍ନ ଲୁହା ସଭା ପରିଚାଳନା ଓ ଶ୍ରୀ ପ୍ରେମରାଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସତ୍ୟ ପ୍ରକାଶ ସାହୁ, ରବୀନ୍ଦ୍ର ରଥ,ସୁରୁମଣି ମେହେର, ଦେବ ବଗର୍ତ୍ତୀ,ପୀତାମ୍ବର ଲୁହା, ବିନୋଦିନୀ ତାଣ୍ଡି, ଶୁଭଦୀପ୍ତା ଦାଶ,ଟିକେଶ୍ୱରୀ ସେଠ,ପ୍ରେମକାନ୍ତୀ ରାଏ,ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।