-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
26-Jun-2026
ଲୋଇସିଂହା(ବିନୋଦ ଦୀପ) ଲୋଇସିଂହା ବ୍ଲକ, ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ପରିସରରେ ତିନିଦିନ ଧରି ସରକାରଙ୍କ 'ବିକାଶର ର ଧାରା ଓଡ଼ିଶା ସାରା' ଜନ ସଂପର୍କ ଓ ସହଭାଗିତା ଜନ କଲ୍ୟାଣ ଶିବିର ତଥା ମିଶନଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ ହୋଇଯାଇଛି l ଆଜି ତୃତୀୟ ଦିବସ ରେ ସରପଂଚ ଶ୍ରୀମତୀ ଲକ୍ଷ୍ମୀ ପାଧାନ୍, ଶ୍ରୀଯୁକ୍ତ ଆନନ୍ଦ ହୋତା, ଗ୍ରାମ୍ୟ କୃଷି କର୍ମଚାରୀ, ଆଇସିଡିଏସ କର୍ମଚାରୀ ଶ୍ରୀମତୀ ସ୍ମିତା ପ୍ରିୟଦର୍ଶିନୀ, ବୁଢ଼ୀପଦର୍ ପୋଷ୍ଟ ମାଷ୍ଟର, ପୋଷ୍ଟାଲ ସୂପରିଟେଣ୍ଡେଣ୍ଟ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଯୁଧିଷ୍ଠିର ପଧାନ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଏହା ସହିତ ଗ୍ରାମ ପଞ୍ଚାୟତ ର ୱାର୍ଡ ସଭ୍ୟ/ସଭ୍ୟା, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏମବିକେ, ସିଆରପି, ମେଟ୍, ଯୋଗାଣ ସହାୟକ, ବୁଦ୍ଧିଜିବୀ, ଗଣ୍ୟମାନ୍ୟ ବ୍ୟକ୍ତି ଓ ଜନସାଧାରଣ କାର୍ଯ୍ୟକ୍ରମ ରେ ସାମିଲ ଥିଲେ l ଏହି କାର୍ଯ୍ୟକ୍ରମ ରେ ଆଜି ପ୍ରଥମେ ଅତିଥି ମାନେ ଦୀପ ପ୍ରଜ୍ବଳନ କରି ବାବା ସାହେବ୍ ଡ଼. ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରିଥିଲେ l ସରକାର ଙ୍କ ବିକାଶମୂଳକ ଆଭିମୁଖ୍ୟ ଓ ଆଗାମୀ ଯୋଜନା ସମ୍ପର୍କରେ ଅତିଥି ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରିଥିଲେ l ଗ୍ରାମ ପଞ୍ଚାୟତ ର ବିକାଶ ପ୍ରକ୍ରିୟା ରେ ପ୍ରତିଟି ନାଗରିକଙ୍କ ସହଭାଗିତା କିପରି ଜରୁରୀ ତାହା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସନ୍ଦେଶ ଦିଆଯାଇ ଥିଲା l କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ବେହେରା ଓ ଏଡିଈଓ ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ l