-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
25-Jun-2026
ବଲାଙ୍ଗୀର (ପ୍ରେରଣା ଖବର) ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଫକ୍ରିଆ ମୁଣ୍ଡା ଗାଁ ର ମମତା ବାରିକ ସ୍ବାମୀ: ବାବୁଲାଲ ବାରିକ ଆଜି ବଲାଙ୍ଗୀର ହସ୍ପିଟାଲ କୁ ଆସିଥିବା ବେଳେ ତାଙ୍କ ୧୩ ବର୍ଷିୟ ପୁଅ କୁ ଜଣେ ଅଜଣା ବ୍ୟକ୍ତି ସାଙ୍ଗରେ ବୋହି ନେଇ ପିଟାମରା କରି ଗୋଟିଏ ରେଡମି ମୋବାଇଲ ଫୋନ ଓ ୨୦୦୦ ଟଙ୍କା ଲୁଟ୍ କରି ଅସହାୟ ଅବସ୍ଥାରେ ସୋନପୁର ରାସ୍ତାରେ
ଜୀବନରେ ମାରିଦେବାକୁ ଧମକ ଦେଇ ଛାଡି ପଲାଇ ଯାଇଥିଲା ।
ବଲାଙ୍ଗୀର ଟାଉନ ଥାନା ଏ.ଏସ.ଆଇ ବୈକୁଣ୍ଠ ଦେହେରୀ ମାମଲା ର ତଦନ୍ତ ଭାର ନେଇଥିଲେ। ମାମଲାର ତଦନ୍ତ କରି ପୋଲିସ ବଲାଙ୍ଗୀର ସଦର ଥାନା ସଦେଇ ପାଲି ଗାଁ ଖଡିଆପଡାର ଅଭିଯୁକ୍ତ ବିମଲ ବାଗ(୨୦) ପିତା-ଜନ୍ମ ବାଗ କୁ ଗିରଫ କରିବା ସହ ଲୁଟ୍ ମୋବାଇଲ ଫୋନ ଓ ୨୦୦ ଟଙ୍କା ଜବତ କରାଯାଇଛି।ବଲାଙ୍ଗୀର ଟାଉନ ଥାନା କେଶ ନମ୍ବର ୩୨୦/୨୦୨୬ ଦଫା: ୩୦୯(୪) ବି. ଏନ୍.ଏସ୍ ରେ ଅଭିଯୁକ୍ତ କୁ ଗିରଫ କରାଯାଇଛି।
ଅଭିଯୁକ୍ତ ବିମଲ ବାଗ କୁ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବଲାଙ୍ଗୀର ଜେଲ୍ କାରାଗାର କୁ ପଠାଯାଇଛି। ଏହା ସହ ପୀଡ଼ିତ ଶିଶୁର ବୟାନ ଅଦାଲତ ରେ ଦଫା ୧୮୩ ବିଏନ ଏସ ଏସ ରେକର୍ଡ କରାଯାଇଛି