-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
22-Jun-2026
ବରଗଡ଼(ପ୍ରେରଣା ଖବର): ବରଗଡ଼ର ସର୍ବ ପୁରାତନ ବିଦ୍ୟାଳୟ ପିଏମଶ୍ରୀ ଜର୍ଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଶ୍ଵ ଯୋଗ ଦିବସ ଅବସରରେ ଛାତ୍ର ମାନଙ୍କୁ ଯୋଗାଭ୍ୟାସ କରାଯାଇଥିଲା। ପ୍ରତ୍ୟହ ଯୋଗ, ପ୍ରାଣାୟାମ, ସକାଳୁ ଚାଲିବା ଆଦି ବ୍ୟାୟାମ କଲେ ଶରୀର ସୁସ୍ଥ ରହିବା ସଙ୍ଗେ ସଙ୍ଗେ ପିଲାମାନଙ୍କ ପାଠ ପଢାରେ ଆଗ୍ରହ ପ୍ରକାଶ ପାଇଥାଏ ବୋଲି ଶ୍ରୀମତୀ ଦାଶ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ, ମମତା ବିଶି, କୁମୁଦିନୀ ପାଣିଗ୍ରାହୀ, ପୂର୍ଣ୍ଣିମା ପ୍ରଧାନ,ସୁରେଖା ସାହୁ, ଦୁଷ୍ମନ୍ତ ଭୁଏ, ଜ୍ୟୋତି ଦାଶ, ପି.ଇ.ଟି. ହରିଶ ପାତ୍ର, ସୀମାଞ୍ଚଳ ସ୍ବାଇଁ , ନିବେଦିତା ପ୍ରଧାନ, ଇପ୍ସିତା ସାହୁ ଆଦି ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ।
---------×××---------