-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||     

HOME   ଜିଲ୍ଲା

ଜୟପୁର-ମାଲକାନଗିରି ରେଳପଥ ପାଇଁ ଜମି ଅଧିଗ୍ରହଣ ପ୍ରଥମ ଜନଶୁଣାଣି ଶିବିର; ସର୍ଭେ ସଠିକ ହୋଇନଥିବା ଅଭିଯୋଗ, ମୃତ ବ୍ୟକ୍ତିଙ୍କ ନାଁ ଡ଼ାକିଲେ

09-Feb-2021



ଜୟପୁର (ପ୍ରେରଣା ରବର): ରେଳପ୍ରକଳ୍ପକୁ ସ୍ବାଗତ କରୁଛୁ। ଏହା ମାଲାକାନଗିରି- କୋରାପୁଟ ଜିଲ୍ଲାବାସୀଙ୍କ ଆଶା ଓ ଅକ୍ଷାଂକାର ପ୍ରକଳ୍ପ। ବଂଶାନୁକ୍ରମିକ ଭାବେ ଜମି ଚାଷ କରି ବଞ୍ଚୁଛୁ । ରେଳ ପ୍ରକଳ୍ପ ପାଇଁ ଜମି ଗଲେ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିବ। ପରିବାରର ଜଣକୁ ନିଯୁକ୍ତି, ଏବେକାର ବଜାର ଦର ଅନୁଯାୟୀ କ୍ଷତି ପୁରଣ ଦିଆନଗଲେ ଆମେ ଜମି ଛାଡ଼ି ପାରିବୁ ନାହିଁ ବୋଲି କହିଛନ୍ତି ପାମ୍ପୁଣୀର ବାବୁ ଗୌଡ଼। କେଉଁ ମୌଜାର କେତେ ନଂ ପ୍ଲଟ୍, କାହାର କେତେ ଜମି ପ୍ରକଳ୍ପ ପାଇଁ ଯିବ ସ୍ପଷ୍ଟ ସୂଚନା ନ ଥିବାରୁ ଆମେ ଜାଣି ପାରୁନୁ।  ଆମ ଜମି ଗୁଡ଼ିକ ଖରିଫ ଓ ରବି ଋତୁରେ ଚାଷ ହେଉଥିବାରୁ ଏହା ସ୍ପଷ୍ଟ ଭାବେ ଜାଣିଲେ ରେଳ ପ୍ରକଳ୍ପ ପାଇଁ ଯାଉଥିବା ଜମିକୁ ବାଦ୍ ଦେଇ ଅନ୍ୟ ଜମିରେ ଚାଷ କରିବୁ। କେଉଁ ହିତାଧିକାରୀଙ୍କର କେତେ ଜମି ଯିବ ତାହାର ସ୍ପଷ୍ଟ ବିବରଣୀ ଓ ବୋର୍ଡ ଟାଙ୍ଗି ଦିଆଯାଉ ବୋଲି କହିଛନ୍ତି ସୁକାନ୍ତ ରାଉତ, ସନ୍ତୋଷ ବେହେରା। ଜମିର ସର୍ଭେ କରିଥିବା ସଂସ୍ଥା କ୍ଷେତ୍ର ପରିଦର୍ଶନ କରି ସର୍ଭେ କରି ନାହାନ୍ତି । ବହୁ ବର୍ଷ ତଳେ ମୃତ ରବିନ୍ଦ୍ର ଚୌଧୁରୀଙ୍କ ନାଁ ଡକାଯିବା ଏଥିରୁ ସ୍ପଷ୍ଟ ବୋଲି ଜୟପୁର ତହସିଲର ପାମ୍ପୁଣୀ ଠାରେ ଜୟପୁର-ମାଲାକାନଗିରୀ ରେଳ ପ୍ରକଳ୍ପର ପ୍ରଥମ ଜନଶୁଣାଣୀରେ ଅଭିଯୋଗ କରିଥିଲେ ମୁକୁନ୍ଦ ନାୟକ, ନରସିଂହ ବାଗଦେରିଆ, ମହାକୁଳ ନାୟକ, କ୍ଷେତ୍ର ପ୍ରଧାନ, ବନବାସୀ ରାଉଳ। ଏସବୁ ଜମିରେ ଦୀର୍ଘ ଦିନ ଧରି କାମ କରି ବଂଚୁଥିବା କୃଷି ଦିନ ମଜୁରିଆଙ୍କୁ ବି କ୍ଷତି ପୁରଣ ଦିଆଯାଉ ବୋଲି ରଘୁନାଥ ପଟ୍ଟନାୟକ ଫାଉଣ୍ଡେସନ୍ ପକ୍ଷରୁ ବିରେନ୍ ପଟ୍ଟନାୟକ ଦାବି କରିଥିଲେ। ଏହି ଜନଶୁଣାଣୀରେ ଉପଜିଲ୍ଲାପାଳ ତଥା ଜମି ଭୁ-ଅର୍ଜନ ଅଧିକାରୀ ହେମକାନ୍ତ ସୟ, ଜୟପୁର ଅତିରିକ୍ତ ତହସିଲଦାର ନିଳାମ୍ବର ପୁଝାରୀ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବାଗଦେରିଆ, ସରପଂଚ ପ୍ରତିମା ନାୟକ, ସୁକୁମାର ସାହୁ, ପ୍ରକାଶ ସାହୁ, ବିଦ୍ୟାଧର ମହାପାତ୍ର, ସୁଜିତ ମହାପାତ୍ର, ପାମ୍ପୁଣୀ ଆରଆଇ ଜିତେନ୍ଦ୍ର ନାଥ ଜେନା, ଜୟପୁର ଟାଉନ ଆରଆଇ ଚିତ୍ତରଂଜନ ଶବର ପ୍ରମୁଖ ଯୋଗ ଦେଇଥିଲେ।

ହିତାଧିକାରୀଙ୍କ କିଛି ଆପତ୍ତି ଓ ଅଭିଯୋଗ ଥିଲେ ସରପଂଚ, ତହସିଲଦାର, ଆରଆଇ, ସରପଂଚ କିମ୍ବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରିପାରିବେ ବୋଲି କହିଛନ୍ତି ଉପଜିଲ୍ଲାପାଳ। ଏହି ପ୍ରକଳ୍ପ ପାଇଁ ଜୟପୁର, କୁନ୍ଦ୍ରା ଓ ବୈପାରୀଗୁଡା ତହସିଲ ଅର୍ନ୍ତଗତ ୨୭ଟି ଗାଁର ୪୬୪.୧୬ଏକର ଜମି ଅଧିଗ୍ରହଣ କରାଯିବ। ଆଜି ଜୟପୁର ତହସିଲର ପାମ୍ପୁଣୀ ଠାରେ ୧୮୭.୫୯୯ ଏକର ଜମି ଅଧିଗ୍ରହଣ ପାଇଁ ପ୍ରଥମ ଜନଶୁଣାଣୀ ହୋଇଥିଲା। ଏଥିରେ ଏକମ୍ବା, ତାଟିବେଢ଼ା, ଘିରିଗାଁ, ରାଣୀପୁଟ, ବାର୍ଲାହାଣ୍ଡି, କଙ୍କଡାହାଣ୍ଡି, ପାମ୍ପୁଣୀ ଗାଁର ହିତାଧିକାରୀ ଭାଗ ନେଇଥିଲେ। ସେଭଳି ଆସନ୍ତା ୧୫ତାରିଖ ଦିନ ୧୭୧.୨୧୪ଏକର ଜମି ପାଇଁ କୁନ୍ଦ୍ରା ତହସିଲର ଦିଗାପୁର ଓ ୧୭୧.୨୧୪ଏକର ଜମି ପାଇଁ ୧୮ ଓ ୨୩ତାରିଖ ଦିନ ବୈପାରୀଗୁଡା ତହସିଲର ବୈପାରୀଗୁଡା ଠାରେ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ହେବ। ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର, ଏଏସଆଇ ରମାକାନ୍ତ ହୋତା, ଗଣେଶ ବେହେରା ପୁଲିସ ଫୋର୍ସ ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉପସ୍ଥିତ ଥିଲେ। ଦୀର୍ଘ ୫ବର୍ଷ ପରେ ବି ଜୟପୁର-ମାଲାକାନଗିରୀ ରେଳପଥର ୧୨୫କିଲୋମିଟର ମଧ୍ୟରୁ ଇଂଚେ ଜମି ଅଧିଗ୍ରହଣ ହୋଇନି। ଜୟପୁର ଉପଖଣ୍ଡର ୪୨କିଲୋମିଟର ପାଇଁ ଶୁଣାଣୀ ଆରମ୍ଭ ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026
  ଜିଲ୍ଲା  
ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ   23-Jun-2026
  ଜିଲ୍ଲା  
ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   23-Jun-2026

You Might Also Like