-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ଗୁଣପୁର (ପ୍ରେରଣା ଖବର): ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୦କ୍ୱିଣ୍ଟାଲ ୧୧କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି। ଏଥିରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପଦ୍ମାମୁଥୁ ସୂଚନା ଦେଇଛନ୍ତି। ଖବର ନେବାରୁ ଜଣାପଡିଛି ଯେ ହିର୍ଜିଙ୍ଗ ଗ୍ରାମର ୪ଟି ସ୍ଥାନରେ ବାହାରକୁ ଚାଲାଣ ନିମନ୍ତେ ଗଛିତ କରି ରଖିଥିବା ଗଂଜେଇକୁ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଗଞ୍ଜେଇଗୁଡିକ ପ୍ଲାଷ୍ଟିକ ବ୍ୟାଗଗୁଡିକରେ ପ୍ୟାକିଙ୍ଗ ହୋଇ ବାହାରକୁ ଚାଲାଣ ନିମନ୍ତେ ରଖାଯାଇଥିଲା ।ଏଥିରେ ସୁବାଷ ମାଝି ଜିକିର୍ଣ୍ଣିୟ ମାଝୀ, ଏବଂ ମିଶାଲ ମାଝୀ କୁ ଗିରଫ କରାଯାଇଥିବା ବେଳେ ଦୁଇଜଣ ନାବାଳକ ମଧ୍ୟ ସମ୍ପୃକ୍ତ ଥିବା ଶ୍ରୀମତୀ ମୁଥୁ ସୂଚନା ଦେଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଅବକାରୀ ଅଧିନିୟମ ଅନୁଯାୟୀ ବିଭିନ୍ହ ଦଫାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି।