-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||      ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||     

HOME   ଜିଲ୍ଲା

ବନ୍ଦ ହୋଇଯିବ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ !

09-Feb-2021



ଖୋର୍ଦ୍ଧା (ପ୍ରେରଣା ଖବର): ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ କେବଳ ଖୋର୍ଦ୍ଧା ନୁହେଁ କଟକ ଜିଲ୍ଲାର ବାଙ୍କୀ, ନୟାଗଡ଼ ଜିଲ୍ଲାର ରଣପୁର, ଖଣ୍ଡପଡ଼ା, ସୁନାଖଳା, ପୁରୀ ଜିଲ୍ଲାର କଣାସର ସହସ୍ରାଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ । ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଂଜୁରୀ ହୋଇଥିବା ଶଯ୍ୟା ସଂଖ୍ୟା ହ୍ରାସ ପାଇଥିବା ବେଳେ ଚିକିତ୍ସାଳୟରେ ପ୍ରସୂତି, ସୋନୋଗ୍ରାଫି, ଏକ୍ସରେ ଆଦି ନିଦାନ ସଂଖ୍ୟା ସହ ରୋଗୀଙ୍କ ଆସିବା ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୨୫୮ଟି ଶଯ୍ୟା ମଂଜୁର ହୋଇଥିଲା । ଏହା ମଧ୍ୟରୁ ମେଡିସିନ୍ ୫୦ ମଂଜୁର ହୋଇଥିବା ବେଳେ ବର୍ତମାନ ୩୦ଟି ଶଯ୍ୟା ରହିଛି । ସେହିଭଳି ସାଧାରଣ ଅସ୍ତ୍ରୋପଚାର ପାଇଁ ୪୦ଟି ଶଯ୍ୟା ମଂଜୁର ହୋଇଥିବା ବେଳେ ବର୍ତମାନ ୩୪ଟି କାର୍ଯ୍ୟକ୍ଷମ ରହିଛି । ସେହିଭଳି ଓ ଆଣ୍ଡ୍ ଜି ୱାର୍ଡରେ ୬୪ଟି ଶଯ୍ୟା ମଂଜୁର ହୋଇଥଇବା ବେଳେ ବର୍ତମାନ ୫୪ଟି ଶଯ୍ୟା ରହିଛି । କେବଳ ଏହାନୁହେଁ ଚିକିତ୍ସାଳୟରେ ମୋଟ ମଂଜୁର ଡାକ୍ତରଙ୍କ ମଧ୍ୟରୁ ୫୦ ପ୍ରତିଶତ ଖାଲି ରହିଛି । ୨୦୧୯-୨୦ରେ ଚିକିତ୍ସାଳୟର ନିଦାନ କେନ୍ଦ୍ରର ୮୫୧୭ଟି ଏକ୍ସରେ ରିପୋର୍ଟ ବାହାର କରାଯାଇଥିବା ବେଳେ ୨୦୨୦-୨୧ରେ ଏହା ହ୍ରାସ ପାଇ ୬୨୮୨ରେ ପହଂଚିଛି । ସେହିଭଳି ସୋନୋଗ୍ରାଫି ସଂଖ୍ୟା ୨୦୧୮-୧୯ରେ ୭୦୫ଟି ରିପୋର୍ଟ ଦିଆଯାଇଥିବା ବେଳେ ୨୦୧୯-୨୦ରେ ଏହା ହ୍ରାସ ପାଇ ୧୯୩ ଓ ୨୦୨୦-୨୧ରେ ଏହା ୧୬କୁ ପହଂଚିଛି । ଚିକିତ୍ସାଳୟରେ ଡାକ୍ତର ଓ ବୈଷୟିକ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ପରୀକ୍ଷାନିରୀକ୍ଷାର ଅଭାବ ଥିବା ଯୋଗୁଁ ରୋଗୀଙ୍କ ଆସିବା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ୨୦୧୮-୧୯ରେ ଚିକିତ୍ସାଳୟର ଏଲୋପାଥି ଓପିଡିକୁ ୩ଲକ୍ଷ ୨୬ ହଜାର ୩୧୯ଜଣ ରୋଗୀ ଆସିଥିବା ବେଳେ ଆୟୁଷ ଓପିଡିକୁ ୧୨୩୪୨ ରୋଗୀ ଆସିଥିଲେ । ପରବର୍ତୀ ୨୦୧୯-୨୦ ବର୍ଷ ଏହା ହ୍ରାସ ପାଇ ଯଥାକ୍ରମେ ୨ଲକ୍ଷ ୮୭ହଜାର ୩୧୦ ଓ ୧୨ହଜାର ୯୭ରେ ପହଂଚିଥିଲା ।୨୦୨୦-୨୧ ରେ ଏହା ସର୍ବନିମ୍ନ ୧ଲକ୍ଷ ୬୪ହଜାର ୬୪୪ ଓ ୯ହଜାର ୭୨୪ ହୋଇଛି । ଅର୍ଥାତ୍ ୨ବର୍ଷ ପୂର୍ବେ ଦୈନିକ ୧ହଜାର ରୋଗୀ ଚିକିତ୍ସାଳୟକୁ ଆସୁଥିବା ବେଳେ ଏବେ ଏହା ୪୫୧କୁ ହ୍ରାସ ପାଇଛି । ଯଦି ଏଭଳି ରୋଗୀଙ୍କ ଆସିବା ହ୍ରାସ ପାଏ ତେବେ ଚିକିତ୍ସାଳୟ ବନ୍ଦ ହେବା ସମ୍ଭାବନା ରହିଛି ।ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସାମାଜିକ ସଂଗଠନ ଓ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଏହାର ସମାଧାନ ପାଇଁ ପ୍ରଶାସନ ଅନେକ ଥର ପ୍ରତିଶ୍ରୁତି ମଧ୍ୟ ଦେଇଛି । କିନ୍ତୁ ଚିକିତ୍ସାଳୟ ସ୍ଥାପନ ହେବାର ପ୍ରାୟ ୨ ଦଶନ୍ଧୀ ବିତିଯାଇଥିଲେ ମଧ୍ୟ ସମସ୍ୟା ସମାଧାନ କରିବାରେ ସରକାରଙ୍କ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   24-Jun-2026
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ    24-Jun-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   24-Jun-2026
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026

You Might Also Like