-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ବଢ଼ୁଛି ଜମି ବିବାଦ♦️ ଜମି କିଣାବିକା ସହ ଠକାମୀରେ ଧୁରନ୍ଧର ଜମି ମାଫିଆ @ଔଷଧ ବ୍ୟବାସୟୀ, ଗାଇଁତଲାରେ ଜମି କିଣି ବିକ୍ରେତାଙ୍କୁ ଟଙ୍କା ଦେବା ବଦଳରେ ଦେଲେ ଧମକ

12-Jun-2026



ବଲାଙ୍ଗିର(ପ୍ରେରଣା ଖବର) : ବଲାଙ୍ଗିରରେ ଜମି କିଣାବିକା କାରବାର ଆୟର ମୁଖ୍ୟ ସ୍ରୋତ ପାଲଟିଛି । ଗତ କିଛି ବର୍ଷ ଧରି ବଲାଙ୍ଗିର ତଥା ଆଖପାଖ ତହସିଲ ଅଞ୍ଚଳରେ ଜମି କାରବାର କେତେକଙ୍କ ପାଇଁ ମୁଖ୍ୟ ବ୍ୟବସାୟରେ ପରିଣତ ହୋଇଛି । ଏହି କାରବାରରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହୁଥ‌ିବା ବେଳେ ବିକ୍ରେତା ଜମିର ସଠିକ୍ ମୂଲ୍ୟ ନପାଇ କ୍ଷତିଗ୍ରସ୍ତ ହେଉଥ‌ିବା ବେଳେ ମଧ୍ୟସ୍ଥି ବା ଦଲାଲ୍‌ମାନେ ହିଁ ଲାଭବାନ ହେଉଛନ୍ତି । ବଲାଙ୍ଗିର ସହରର କାୟା ବୃଦ୍ଧି ପାଉଥ‌ିବାରୁ ବଲାଙ୍ଗିର ଓ ଉପକଣ୍ଠରେ ଥିବା ପୁଇଁନ୍ତଲା ତହସିଲ ଅଞ୍ଚଳରେ ଜମି କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଛି । ବଡ଼ବଡ଼ିଆ ନିଜ କଳାଟଙ୍କାକୁ ଜମି ବ୍ୟବସାୟରେ ବିନିଯୋଗ କରି ବେଶ ଲାଭବାନ ହେଉଛନ୍ତି । ଏହାର ସୁଯୋଗ ନେଇ ମଧ୍ୟସ୍ଥି ବା ଦଲାଲ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମ୍ପର୍କର ସେତୁ ପାଲଟି ଲକ୍ଷାଧିକ ଟଙ୍କା ଲାଭବାନ ହେଉଛନ୍ତି । ଅନେକ ସମୟରେ

ବିକ୍ରେତା ନିଜ ଜମି ବିକ୍ରି ପରେ ବି ଚୁକ୍ତି ମୁତାବକ ଟଙ୍କା ନ ପାଇ ଆଶା ଆଶଙ୍କା ଦେଇ ଗତି କରୁଥିବା ବେଳେ ବାଧ୍ୟ ହୋଇ ଆଇନର ଦ୍ବାରସ୍ଥ ହେଉଥ‌ିବା ଦେଖିବାକୁ ମିଳିଛି ।

ବଲାଙ୍ଗିର ତହସିଲ ଧୂମାମରା ମୌଜା ପରେ ପୁଇଁନ୍ତଲା ତହସିଲ ଗଇଁନ୍ତଲା ମୌଜାରେ ଜମି କିଣାବିକା ଅଧିକ ପରିମାଣରେ କରାଯାଉଥିବା ଦେଖିବାକୁ ମିଳିଛି । ଗଇଁନ୍ତଲା ମୌଜା ଗଇଁନ୍ତଲାର ଅନ୍ତର୍ଯ୍ୟାମୀ ସାହୁ ନାମକ ଚାଷୀ ନିଜ ପୈତୃକ ଜମି ବିକ୍ରି ପରେ ବି ସମ୍ପର୍କ ଟଙ୍କା ନ ପାଇ ହଟହଟା

ହେଉଥ‌ିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଗଇଁନ୍ତଲା ଗାଁର ସ୍ବର୍ଗତ ରୁଦ୍ରଧର ସାହୁଙ୍କ ପ୍ରାୟ ୧୦ ଏକର ଜମି ରହିଥିଲା । ଏହି ଜମି ରୁଦ୍ରଧରଙ୍କ ଦୁଇପୁଅ ଅନ୍ତର୍ଯାମୀ ଓ ଅବନୀକାନ୍ତ ସାହୁଙ୍କ ମଧ୍ୟରେ ଭାଗବଣ୍ଟା ହୋଇଥିଲା । ଏଥିରେ ସ୍ୱର୍ଗତ ରୁଦ୍ରଧରଙ୍କ ୨ ଝିଅ କାଞ୍ଚନ ପଧାନ ଓ ମୁକ୍ତା ବିଶ୍ଵାଳ ନିଜ ଆପରି ନ ଥିବା ଜଣାଇଥିଲେ । ଅନ୍ୟପକ୍ଷେ, ରୁଦ୍ରଧରଙ୍କ ତୃତୀୟ ଝିଅ ଅନୁସୟା ପଧାନଙ୍କ ଗତ ପ୍ରାୟ ୨୦ ବର୍ଷ ତଳେ ଦେହାନ୍ତ ହୋଇଥିଲା । ଜମିବାଡ଼ି ଭାଗବଣ୍ଟା

କ୍ରେତା ଲାଭବାନ ବାରଦୁଆର ବିକ୍ରେତା

କଲା ସମୟରେ ସ୍ବର୍ଗତ ଅନୁସୟାଙ୍କ ପୁଅ ଓ ଝିଅଙ୍କ କୌଣସି ମତ ନିଆଯାଇ ନ ଥିଲା । ନିଜ ଆବଶ୍ୟକତା ଦୃଷ୍ଟିରୁ ଅନ୍ତର୍ଯାମୀ ୨୦୨୪ ନଭେମ୍ବର ୧୦ରେ ନିଜ ପୈତୃକ ଜମିରୁ ୨ଏକର ୨୬ ଡେସିମିଲ ବଲାଙ୍ଗିରର ରଞ୍ଜନ ଅଗ୍ରୱାଲଙ୍କୁ ବିକ୍ରି କରିଥିଲେ । ଏକର ପ୍ରତି ୪୦ ଲକ୍ଷ ଟଙ୍କାରେ ଜମି ବିକ୍ରି ପାଇଁ କ‌ଥାବାର୍ଭା ଛିଣ୍ଡିଥିଲା। ପରବର୍ତ୍ତୀ ସମୟରେ ୨ଜଣ ମଧ୍ୟସ୍ଥି କିଣାବିକାରେ ହସ୍ତକ୍ଷେପ କରି ଜମି ଦର ୫୦ ଲକ୍ଷ ଟଙ୍କାକୁ ନେଇଥିଲେ । ଜମି ରେଜିଷ୍ଟ୍ରି ପୂର୍ବରୁ ଜମି କ୍ରେତା ଶ୍ରୀ ଅଗ୍ରୱାଲ ବିକ୍ରେତା ଶ୍ରୀ ସାହଙ୍କ ୫୨ ଲକ୍ଷ ୪୭୪୯୦ ଟଙ୍କା

ପ୍ରଦାନ କରିଥିଲେ । ଅବଶିଷ୍ଟ ଟଙ୍କା ୩ ମାସ ମଧ୍ୟରେ ଶ୍ରୀ ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦେବାକୁ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲେ । ଜମି କିଣାବିକାକୁ ଦେଢ଼ ବର୍ଷରୁ ଅଧିକ ସମୟ ହୋଇଥିଲେ ହେଁ ଶ୍ରୀ ଅଗ୍ରୱାଲ ତାଙ୍କ ଟଙ୍କା ଦେଉ ନ ଥିବା ବେଳେ କିଣିଥିବା ଜମି ବିକ୍ରି ହେଲାପରେ ଅବଶିଷ୍ଟ ଟଙ୍କା ଦେଇପାରିବେ ବୋଲି କହୁଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଜମି ବିକ୍ରି ପରେ ବି ନିଜ ଟଙ୍କା ନପାଇ ଶ୍ରୀ ସାହୁ ହଇରାଣ ହରକତ ହେଉଥିବା ବେଳେ ଜମି କିଣାବିକାରେ ମଧ୍ଯସ୍ଥି ସାଜିଥିବା ୨ଜଣ ଭଦ୍ରବ୍ୟକ୍ତି ଜମି କ୍ରେତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲାଭ ନେଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଶ୍ରୀ ଅଗ୍ରୱାଲଙ୍କୁ ଯୋଗାଯୋଗ କଲାରୁ ଜମି ରେଜିଷ୍ଟ୍ରି ପୂର୍ବରୁ ବିକ୍ରେତା ଶ୍ରୀ ସାହୁଙ୍କୁ ସମସ୍ତ ଟଙ୍କା ଦିଆଯାଇଥିବା ନେଇ ପ୍ରକାଶ କରିଛନ୍ତି । ଏହା ସହ ଶ୍ରୀ ସାହୁଙ୍କ ନାମରେ ସମ୍ପୃକ୍ତ ଜମି ପଟ୍ଟା ହେବା ପୂର୍ବରୁ ତାଙ୍କ ମୃତ ଭଉଣୀ ଅନୁସୟାଙ୍କୁ ଜମି ଭାଗ ଦିଆଯାଇ ନବାରୁ ତାଙ୍କ ଉତ୍ତରାଧିକାରୀ ପୁଅ ଝିଅ ଏହାକୁ ନେଇ ଆଇନର ଦ୍ବାରସ୍ଥ ହୋଇଥିବାରୁ ସମସ୍ୟା ଉପୁଜିଥିବା ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଅନ୍ୟପଟେ, ଏହି ଘଟଣାକୁ ଶ୍ରୀ ସାହୁ ମଧ୍ୟ ସ୍ୱୀକାର କରିଛନ୍ତି । ତେବେ, ଜମି ବିକ୍ରି ପୂର୍ବରୁ ହୋଇଥିବା କ‌ଥାବାର୍ଭା ମୁତାବକ ତାଙ୍କ ଅବଶିଷ୍ଟ ଟଙ୍କା ପ୍ରଦାନ କରିବାକୁ ସେ ଅନରୋଧ କରିଛନ୍ତି । ଚକ୍ସି

ମୁତାବକ ଟଙ୍କା ନପାଇ ଶ୍ରୀ ସାହୁ ଆଶା ଆଶଙ୍କା ମଧ୍ୟରେ ରହିଥ‌ିବା ବେଳେ ହଇରାଣ ହରକତ ହେଉଥିବା ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ, ଶ୍ରୀ ସାହୁଙ୍କ ପତ୍ନୀ ତୁଷୁରା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ରୋଷେୟା ଭାବେ କାମ କରୁଥିବାରୁ ସେ ନିଜ ପତ୍ନୀ ଓ ୨ ଝିଅଙ୍କ ସହ ଗାଁରେ ନ ରହି ତୁଷୁରା ଅଞ୍ଚଳରେ ରହୁଛନ୍ତି । ନିଜ ଜମି ବିକ୍ରିର ଅବଶିଷ୍ଟ ଟଙ୍କା ଯୋଗାଇ ଦେବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି । ଗଇଁନ୍ତଲାର ଶ୍ରୀ ସାହୁ ଏକ ଉଦାହରଣ ମାତ୍ର । ବଲାଙ୍ଗିରରେ ଏଭଳି ଅନେକ ଘଟଣା ଘଟୁଥିବା ବେଳେ ମଧ୍ୟସ୍ଥି ଏହାର ସୁଯୋଗ ନେଇ ଲାଭବାନ ହେଉଛନ୍ତି । ଅନେକ ସମୟରେ ବିକ୍ରେତା କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି । ପରେ କେତେକ ମାମଲା ସମାଧାନ ହେଉ ଥିଲେ ହେଁ ଅନେକ ଆଇନ ଜାଲରେ ଛନ୍ଦି ଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk