-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ଗୁଣପୁର (ପ୍ରେରଣା ଖବର) : ଆଜି ମଧ୍ୟାହ୍ନରେ ଗୁଡାରିରୁ ଗୁଣୁପୁର ଫେରୁଥିବା ଏକ କାର (ଓଡ଼ି୧୮ଏଚ୮୪୪୬) ବିକ୍ରମପୁର ଠାରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ମା ଗୀତାଞ୍ଜଳି ସୁନାମୁଦିଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ବର୍ଷା ସୁନାମୁଦି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସାମାନ୍ୟ ଆହତ ହୋଇଛନ୍ତି ।ଗୁଣୁପୁର ହସ୍ପିଟାଲରେ ଗୁରୁତର ଭାବେ ଆହତ ଝିଅର ଚିକତ୍ସା ଚାଲିଛି । ଘଟଣାସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ନିଜ ସ୍ୱାମୀ ତଥା ଗୁଡାରି ବ୍ଲକର ବରିଷ୍ଠ କିରାଣୀ କୃଷ୍ଣ ଚନ୍ଦ୍ର ସୁନାମୁଦିଙ୍କୁ ଛାଡି ଗୁଣୁପୁର ସ୍ଥିତ ବୃନ୍ଦାବତୀ ନଗର ଥିବା ନିଜ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ଲେଖାଯିବାବେଳକୁ ମୃତ ଗୀତାଞ୍ଜଳୀଙ୍କ ଶବ ବ୍ୟବଛେଦ କରାଯାଇଥିବା ଜଣାପଡିଛି ।