-+91-9937148622 |
prerana_bgr@rediffmail.com |
Saturday 13th June 2026 |
R.N.I. Regd No. ODIODI/2010/46693
Breaking News
12-Jun-2026
ଆଗଲପୁର(ପ୍ରେରଣା ଖବର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଶୁକ୍ରବାର ଦିନ 'ବିଙ୍ଗହ୍ୟୁମାନ ଫାଉଣ୍ଡେସନ'ର ଆଗଲପୁର ଶାଖା ପକ୍ଷରୁ ଏକ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରୋତ୍ ସାପ୍ତାହିକ ବଜାରରେ ଫାଉଣ୍ଡେସନ ପକ୍ଷରୁ ପଥଚାରୀ ଓ ବ୍ୟବସାୟୀଙ୍କ ପାଇଁ ଦହିପାଣି ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ଦୁଇଜଣ ସ୍ବର୍ଗତ ସଦସ୍ୟ ଶିବଶଙ୍କର ପଟେଲ ଓ ମୁକେଶ ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା। ଗ୍ରୀଷ୍ମର ଏହି ଅସହ୍ୟ ଗୁଳୁଗୁଳିରେ ଶୀତଳ ଦହିପାଣି ପାଇ ସାଧାରଣ ଲୋକେ ବେଶ୍ ଆଶ୍ୱସ୍ତି ଲାଭ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ଶଶୀକାନ୍ତ ପଟେଲ, ପିଣ୍ଟୁ ରଣା, ପିଣ୍ଟୁ ଯୋଶୀ,ଅମିତ ପଟେଲ, ଗୁଣନିଧି ସାହୁ,ଶେଷଦେବ ପଟେଲ, ଅକ୍ଷୟ ମେହେର, ରମେଶ ଦଣ୍ଡସେନା,ପ୍ରତୀକ ନାଏକ, ସୁନୀଲ ପଟେଲ, ରାଜୁ ଠାକୁର, ପପୁ ଯୋଶୀ ସହ ରୋତ୍ ଗ୍ରାମର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଆଗଲପୁର ଗ୍ରୀଡ୍ ରୋତ୍ ଫିଡ଼ରର ସମସ୍ତ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ। ଏହି ମହତ କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ବିଙ୍ଗହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ କୃତଜ୍ଞତା ଜଣାଯାଇଛି।
ଆଗାମୀ ଦିନରେ ମଧ୍ୟ ସମାଜ ସେବା ତଥା ଜନହିତକର କାର୍ଯ୍ୟକୁ ଏହିପରି ଭାବରେ ଜାରି ରଖାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।