-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
12-Jun-2026
ବେଲପଡା(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ବାହାବଲ ପଞ୍ଚାୟତର ମାଲପଡ଼ା ଗାଁରେ ଜଣେ ନାବାଳକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଳ୍ୟ ସୃଷ୍ଟି ହୋଇଛି। ମୃତ ନାବାଳକ ହେଲେ ବିକାଶ ବନଛୋର ।
ଅଭିଯୋଗ ଅନୁଯାୟୀ, ଜଣେ କ୍ଵାକ୍ ଙ୍କ ଭୁଲ ଇଞ୍ଜେକସନ୍ ଯୋଗୁଁ ବିକାଶଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ବିକାଶ ଅସୁସ୍ଥ ଅନୁଭବ କରୁଥିବାରୁ ପରିବାର ଲୋକେ ଜଣେ ସ୍ଥାନୀୟ କ୍ଵାକ୍ ଙ୍କ ସହାୟତା ନେଇଥିଲେ। କ୍ଵାକ୍ ଜଣକ ତାଙ୍କୁ ଏକ ଇଞ୍ଜେକସନ୍ ଦେଇଥିଲେ।
ଇଞ୍ଜେକସନ ନେବା ପରେ ବିକାଶଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଥିଲା।
ପରିସ୍ଥିତି ଜଟିଳ ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିକାଶଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।