-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
11-Jun-2026
ବରପାଲି (ସୁଦାମ ଦୀପ)
ବରଗଡ ଜିଲ୍ଲା ବରପାଲି ସ୍ଥିତ ପ୍ରସିଦ୍ଧ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ର କନ୍ୟା ପକ୍ଷ ବା ହିମାଦ୍ରୀ ନଗର ପକ୍ଷ ରୁ ଚଳିତ ବର୍ଷ ଯାତ୍ରା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ଚଳିତ ବର୍ଷ ନୂଆପଡ଼ା r ଶୈବ ଭକ୍ତ କନ୍ୟା ପକ୍ଷ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଜି ଗୁରୁବାର ସନ୍ଧ୍ୟା ରେ ପାର୍ବତୀ ବିବାହ ମଣ୍ଡପ ନିକଟସ୍ଥ କାର୍ଯ୍ୟାଳୟ ଠାରେ ପାର୍ବତୀ ବିବାହ ମହୋତ୍ସବ କମିଟି ର ସଭାପତି ସୁବୋଧ ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଯାତ୍ରା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାମ ମନ୍ଦିର ଢାଞ୍ଚା ରେ ଆକର୍ଷଣୀୟ ମଣ୍ଡପ ନିର୍ମାଣ କରାଯାଉଛି । ଆସନ୍ତା ୧୫ ତାରିଖ ଦିନ ଠାରୁ ପ୍ରତ୍ୟହ ସାଂସ୍କୃତିକ କାର୍ଯକ୍ରମ ମାନ ଅନୁଷ୍ଠିତ ହେବ। ମୁଖ୍ୟତଃ ସୁନୀତା ସାହୁ ଓ ସୈରେନ୍ଦ୍ରି ଜାଲ ଙ୍କକୀର୍ତ୍ତନ, ଦୁଃଖୀ ଶ୍ୟାମ ତ୍ରିପାଠୀ ଙ୍କ ଭଜନ, ସୁଜ୍ଞାନି ମହାପାତ୍ର ଓ ଦୀପ୍ତି ରେଖା ପାଢ଼ୀ ଙ୍କ ଅର୍କେଷ୍ଟ୍ରା ଆଦି ମନୋରଞ୍ଜନ କାର୍ଯକ୍ରମ ରହିଛି । ଏହା ସହିତ ଲମ୍ବାନି ବା କନ୍ୟା ବିଦାୟ ଶୋଭାଯାତ୍ରା ରେ ଉଜ୍ଜୟନ୍ ର ଡମ୍ବରୁ, ରାୟପୁର ର ଧୁମାଲ, ଗଞ୍ଜାମ ର ବାଘ ନୃତ୍ୟ, ମହକାଲ , ଆଲେକ୍ସ ବାବା ସହିତ ଡିଜେ, ଦୂଲ୍ ଦୁଲି ଆଦି ସାମିଲ ରହିବେ ।ପୂର୍ବ ଜନ୍ମ ର ପୁଣ୍ୟ ତଥା ପିତୃ ପୁରୁଷଙ୍କ ଆଶୀର୍ବାଦ ରୁ ମାତା ପାର୍ବତୀ ଙ୍କୁ କନ୍ୟା ଭାବରେ ପାଇ ନିଜକୁ ଧନ୍ୟ ମନେ କରୁଛି ବୋଲି କନ୍ୟା ପିତା ଶିବୁ ଅଗ୍ରୱାଲ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ରେ କମିଟି ର ସମ୍ପାଦକ ଧିରେନ ତ୍ରିପାଠୀ ଏହି ମହୋତ୍ସବ ରେ ସମସ୍ତ ପଡ଼ା ବାସୀ ଓ ଜନ ସାଧାରଣ ଙ୍କ ସହଯୋଗ କାମନା କରିଥିଲେ।