-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
11-Jun-2026
ବୀରମହାରାଜପୁର(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ବିଭିନ୍ନ ଅଞ୍ଚଳରେ ଏକ ତିନିଟିକିଆ ହାତୀପଲ ଦେଖିବାକୁ ମିଳିଛି। ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥିବା ଏହି ହାତୀପଲ ବୁଧବାର ସକାଳେ ମହାନଦୀର ଅପର ପାର୍ଶ୍ୱରୁ ଆସି ସୁବର୍ଣ୍ଣପୁର ଜିଲ୍ଲାର ଦେଉଳି, ଲୁମୁରଜେନା, ଦେଉଳମୁଣ୍ଡା ଓ ଭାଲିଆପଦର ଦେଇ ବାଗବର ନିକଟସ୍ଥ ହରିହର ଜୋର ଅଞ୍ଚଳରେ ପହଞ୍ଚିଥିଲେ।
ହାତୀପଲରେ ଦୁଇଟି ବଡ଼ ଦନ୍ତା ହାତୀ ଏବଂ ଗୋଟିଏ ଛୁଆ ହାତୀ ରହିଥିବା ଜଣାପଡ଼ିଛି। ହାତୀମାନଙ୍କ ଚଳପ୍ରଚଳ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ହାତୀପଲକୁ ଦେଉଳମୁଣ୍ଡା ଅଞ୍ଚଳରୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।
ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଥିଲେ।