-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
10-Jun-2026
(ରଂଜିତ ମହାନ୍ତି )
ବରୀ ପ୍ରଗତି କ୍ଲବର ବରିଷ୍ଠ ସଭ୍ୟ ତଥା ଅମାୟିକ ବ୍ୟକ୍ତିତ୍ୱ ଗୋପାଳ ଚନ୍ଦ୍ର ବେହେରାଙ୍କ ବିୟୋଗରେ ସ୍ମୃତିଚାରଣ ସଭା ପ୍ରଗତିକ୍ଳବ ପରିସରରେ ଅନୁଷ୍ଠିତ ହୋଇଥିଲା। କ୍ଳବର ସଭାପତି ବିଚିତ୍ରାନନ୍ଦ ପୁହାଣଙ୍କ ସଭାପତିତ୍ୱରେ ସଭ୍ୟ ପ୍ରଭାସ ଚନ୍ଦ୍ର ଦାସ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ କ୍ଳବର ବରିଷ୍ଠ ସଭ୍ୟ ପରମାନନ୍ଦ ବେହେରା, ପଦ୍ମନାଭ ଜେନା, ସଞ୍ଜୟ କୁମାର ବେହେରା, କେଦାର ମହାନ୍ତି, ସୋମନାଥ ଦ୍ବିବେଦୀ, ଭୀଷ୍ମରଥୀ ସାମଲ, ସମ୍ପାଦକ ନଟବର ବେହେରା, ବଟକୃଷ୍ଣ ଦ୍ବିବେଦୀ, ରାମଚନ୍ଦ୍ର ଦାସ, ଶିବପ୍ରସାଦ ଦାସ, ପ୍ରଭାତ କୁମାର ମହାନ୍ତି, ଆଶୁତୋଷ ପରିଡ଼ା, ଅରୁଣ କୁମାର ବେହେରା, ସୁନିଲ କୁମାର ପଣ୍ଡା, ବିଶ୍ୱଭୂଷଣ ଜେନା ପ୍ରମୁଖ ଯୋଗଦେଇ ସ୍ଵର୍ଗତ ବେହେରାଙ୍କ ଅମର ଆତ୍ମାର ସଦ୍ଗତି ଲାଗି ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ସ୍ଵର୍ଗତ ବେହେରା ଜଣେ ସରଳ, ନିଷ୍ଠାପର, ପରୋପକାରୀ ଓ ଅମାୟିକ ବ୍ୟକ୍ତି ଭାବେ ସମସ୍ତ ନିକଟରେ ବେଶ ପରିଚିତ ଥିବା କ୍ଲବର ବରିଷ୍ଠ ସଭ୍ୟ ଓ ସହଯୋଗୀ ପ୍ରକାଶ କରିଥିଲେ ।