-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||     

HOME   ଜିଲ୍ଲା

ବାରିଯୋର ରେ ଚେକଡେମ ପାଇଁ ଦାବି କଲେ ଲୋକେ ♦️ବିଜୁଳି ସମସ୍ୟା ସମାଧାନ ପାଇଁ କାମ ହେଲା ଆରମ୍ଭ

10-Jun-2026



ବଲାଙ୍ଗିର(ପ୍ରେରଣା ଖବର) ମନରେଗା ଯୋଜନାର ଲକ୍ଷ୍ୟ ହେଲା ଗ୍ରାମାଂଚଳ ଲୋକଙ୍କ ଜିବନ ଜିବିକା ତଥା ସାମାଜିକ ସୁରକ୍ଷା କୁ ନିଶ୍ଚିତ କରିବା । ଏହି ଯୋଜନାରେ ଗ୍ରାମର ବୟସ୍କ ଅଣକୁଶଳି ଲୋକଙ୍କୁ ଅତି କମରେ ୧୦୦ ଶ୍ରମ ଦିବସ କାମ ସରକାର ପ୍ରଦାନ କରିବେ । ଯାହା ଦ୍ୱାରା କି ଲୋକଙ୍କର ସାମାଜିକ ସୁରକ୍ଷା ଓ ଜିବିକା ସୁରକ୍ଷିତ ରହିବ । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଗାଈବାହାଲ ପଂଚାୟତରେ ଫେଲ ମାରିଛି । ଏହି ପଂଚାୟତରେ ଅନେକ ଲୋକ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ହେଁ ପ୍ରଶାସନ ଏମାନଙ୍କୁ କାମ ଯୋଗାଉ ନାହିଁ । ଶ୍ରମିକ ଓ ସାମାଜିକ ସୁରକ୍ଷା କଥା କହୁଥିବା ଡବଲ ଇଞ୍ଜିନ ସରକାର ଗ୍ରାମ୍ୟ ଅର୍ଥନୀତି ର ବିକାଶ ପାଇଁ ତୁରନ୍ତ ଗାଁ ଲୋକଙ୍କୁ ମନରେଗା ଯୋଜନା ମାଧ୍ୟମରେ ଶିଘ୍ର କାମ ପ୍ରଦାନ କରନ୍ତୁ ବୋଲି ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଈବାହାଲ ପଂଚାୟତର ଅର୍ଡା ଗାଁ ରେ ଜନସାଧାରଣଙ୍କ ସମସ୍ୟା ଶୁଣି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅର୍ଡା ଗାଁବାସୀଙ୍କ ଦ୍ୱାରା ଆୟୋଜିତ ଏହି ସଭାରେ ଗାଁ ତରଫରୁ ଶ୍ରୀ ମିଶ୍ରଙ୍କ ଆଗରେ ଅନେକ ଦାବି ତଥା ଅଭିଯୋଗ ରଖାଯାଇଥିଲା । ଗାଁ ତଥା ଆଖପାଖ ଅଂଚଳ ରେ ଅନେକ ଛାତ୍ର ଛାତ୍ରୀ ଅଛନ୍ତି । କିନ୍ତୁ ସ୍କୁଲ ଜମି ସ୍କୁଲ ନାଁ ରେ ନ ଥିବାରୁ ସ୍କୁଲର ଉନ୍ନତି ପାଇଁ କୌଣସି ଅନୁଦାନ ଆସିପାରୁ ନାହିଁ । ଯଦିଓ ୪୦ ବର୍ଷ ପୂର୍ବରୁ ଗାଁ ର ବଦାନ୍ୟ ବ୍ୟକ୍ତି ସ୍କୁଲ ପାଇଁ ସ୍କୁଲ ପ୍ରଦାନ କରିଛନ୍ତି କିନ୍ତୁ ତା ପାଇଁ ଦରକାର ହେଉଥିବା କଲମ-୨ ପ୍ରକ୍ରିୟା କାମ ହୋଇପାରୁ ନାହିଁ । ଗାଁ

ଲୋକେ ବାରମ୍ବାର ତହସିଲ କୁ ଯାଇ ନିରାଶ ହୋଇ ଫେରୁଛନ୍ତି ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଲୋକେ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ। ଯଦି ଦାତା ଯେହେତୁ ଜମି ହସ୍ତାନ୍ତର ପାଇଁ ରାଜି ଅଛନ୍ତି ତେଣୁ ଯେତେ ଶିଘ୍ର ହେବ ସରକାର ଙ୍କ ନାଁ ରେ ଏହି ଜମି ସ୍ଥାନାନ୍ତର କରାଯିବା ପାଇଁ ସେ ନିଜେ ପଦକ୍ଷେପ ନେବେ ଏବଂ ଏ ଅଂଚଳର ସାମଗ୍ରିକ ବିକାଶ ପାଇଁ ଏହି ସ୍କୁଲ ପାଇଁ ଅନୁଦାନ ନିଶ୍ଚିତ ଅଣାଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଗାଁ ର ମହିଳାମାନେ ପିଇବା ପାଣି ତଥା ଗାଧୋଇବା ଓ ନିତ୍ୟ ବ୍ୟବହାର୍ଯ୍ୟ ପାଣି ଅସୁବିଧା କୁ ନେଇ ବାରିଯୋର ଉପରେ ଏକ ଚେକ ଡେମ ନିର୍ମାଣ ପାଇଁ ଦାବି କରିଥିଲେ । ଏହି ଦାବିକୁ ମଧ୍ୟ ଶ୍ରୀ ମିଶ୍ର କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ସହ କଥା ହୋଇ ବାରିଯୋର ଉପରେ ଚେକଡେମ ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗାଁ ରୁ ଏକ ଦଳ ଲୋ ଭୋଲଟେଜ ସମସ୍ୟାକୁ ନେଇ ଶ୍ରୀ ମିଶ୍ରଙ୍କ ଆଗରେ ଏକ ସପ୍ତାହ ପୂର୍ବରୁ ଅଭିଯୋଗ କରିଥିଲେ, ଯେଉଁଥି ପାଇଁ ଶ୍ରୀ ମିଶ୍ର ବିଜୁଳି ବିଭାଗ ଯନ୍ତ୍ରୀଙ୍କ ସହ କଥା ହୋଇ ୧୦୦ କେଭି ସମ୍ପନ୍ନ ଟ୍ରାନ୍ସଫରମର କୁ ଦୁଇ ଗୁଣ କିମ୍ବା ତାଠୁ ଅଧିକ କ୍ଷମତା ସମ୍ପନ୍ନ ଏକ ଟ୍ରାନ୍ସଫରମର ପ୍ରଦାନର ବ୍ୟବସ୍ଥା କରିଥିଲେ । ସେ ଟ୍ରାନ୍ସଫରମର ସ୍ଥାପନ କାମ ଆରମ୍ଭ ହୋଇଯାଇଥିବାରୁ ଗାଁବାସୀମାନେ ଶ୍ରୀ ମିଶ୍ରଙ୍କ ଆଗରେ କୃତଜ୍ଞତା ଜ୍ଞାପନ କରିଥିଲେ । ତା ସହ କିଛି ଗ୍ରାମ୍ୟ ରାସ୍ତା ଓ ଷ୍ଟ୍ରିଟ ଲାଇଟ ମରାମତି ପାଇଁ ଶିଘ୍ର ପଦକ୍ଷେପ ନିଆଯିବ ବୋଲି ସଭାରେ ଆଲୋଚନା ହୋଇଥିଲା । ଅର୍ଡା ନିବାସୀ କାହ୍ନୁ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଶୁଶାନ୍ତ ବିଶ୍ୱାଲ, ଅନି ମାଝି, ସମ୍ବିଦ ଭୋଇ, ଅସି ଭୋଇ, ସୁମନ୍ତ ସାମଲ, ରିଙ୍କୁ ସୁନା, ଭିକାରୀ ଚରଣ ପ୍ରଧାନ, ଆର୍ତ୍ତ ଘିଭେଲା, ଧନର୍ଯ୍ୟୟ କରନ, ବ୍ଲକ ସଭାପତି ରାମଜୀ ଚୈଧୁରି, କାନ୍ତେଶ୍ୱର ପ୍ରଧାନ, ପପୁ ପାତ୍ର ଓ ମଦନ ସାହୁଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026

You Might Also Like