-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
10-Jun-2026
ବଲାଙ୍ଗୀର (ପ୍ରେରଣା ଖବର): ଆଜି ସ୍ଥାନୀୟ କ୍ଲବ ପଡା ସ୍ଥିତ ସୁରୁଚି ବଜାର ନିକଟ ବୁଲାଣି ଠାରେ ଦ୍ରୁତ ଗତିରେ ଆସୁଥିବା ଏକ ମହିନ୍ଦ୍ରା ପିକ ଅଫ ଭେନ(OD17Z0495) ସାମ୍ନା ପଟୁ ଆସୁଥିବା ଗୋଟିଏ ସ୍କୁଟି କୁ ଧକ୍କା ଦେଇଥିଲା। ଡ୍ରାଇଭରର ବେପରୁଆ ଗାଡି ଚାଲଣା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି। ତେବେ ସ୍କୁଟି ଚାଳକ ବଲାଙ୍ଗୀରର ଏଡ଼ଭୋକେଟ କୃଷ୍ଣ କିଶୋର ଆଚାର୍ଯ୍ୟ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି।
ଆଡ଼ଭୋକେଟ ଶ୍ରୀ ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଛନ୍ତି। ମହିନ୍ଦ୍ରା ପିକ ଅଫ୍ ଭେନ୍ ଟି ସ୍କୁଟି କୁ ୩୦ମିଟର୍ ପର୍ଯ୍ୟନ୍ତ ଘୋଷରି ନେଇଯାଇଥିଲା।ଦୁର୍ଘଟଣାରେ ସ୍କୁଟି ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର କୁ ସ୍ଥାନୀୟ ଉତ୍ୟକ୍ତ ଲୋକେ ଉତ୍ତମ ମାଧ୍ୟମ ଦେବା ପରେ ପୋଲିସରେ
ଜିମା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡ୍ରାଇଭର ଜଣକ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଉଥିଲା।
ବେପରୁଆ ଗାଡି ଚାଲଣା ଯୋଗୁଁ ଗତକାଲି ବଲାଙ୍ଗୀର ସହରରେ ମା' ଝିଅ ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଆଜି ଏପରି କିଛି ଘଟଣା ପରେ ରାସ୍ତାରେ ଯାଉଥିବା ଲୋକେ ନିଜ ଜୀବନକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି। ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଏପରି ଗାଡି ଚଳକଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ନିକଟରେ ଦାବି କରଯାଇଛି।