-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||     

HOME   ରାଜ୍ୟ

୬୬ତମ ଓଡିଶା ରାଜ୍ୟ ସିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ଯୋଗ ଦେଲେ ସାରା ରାଜ୍ୟରୁ ୧୩୬ ଜଣ ପ୍ରତିଯୋଗୀ

16-May-2026



ପ୍ରତ୍ୟାଶା ରାଏ ମହିଳା ୨୦୦ମି. ପ୍ରଥମ

ଭୁବନେଶ୍ୱର(ପ୍ରେରଣା ଖବର): କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଏକ୍ୱାଟିକ୍ ସେଣ୍ଟରରେ ୬୬ତମ ଓଡିଶା ରାଜ୍ୟ ସିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଘାଟିତ ହୋଇଯାଇଅଛି । ସୁଇମିଂ କ୍ରୀଡାର ଏହି ସମ୍ମାନଜନକ ରାଜ୍ୟ ଚମ୍ପିୟାନସିପ୍ କୁ କ୍ରୀଡା ଓ ଯୁବ ବ୍ୟପାର ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ କ୍ରୀଡା ଓ ଯୁବ ବ୍ୟପାର ର ଅତିରିକ୍ତ ସଚିବ ସୁଧାକର ନାଏକ ଏବଂ ଅମୀତ ନାଏକ ବିଭାଗୀୟ ଉପ ସଚିବ ଏ ଅବସରରେ ଯୋଗ ଦେଇଥିଲେ । ଓଡିଶା ରାଜ୍ୟ ସୁଇମିଂ ସଂଘ ସଭାପତି ପ୍ରଦୀପ କୁମାର

ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନି ସଭାରେ  ରାଜ୍ୟ ସଂଘ ସାଧାରଣ ସଂପାଦିକା ଗୋଳାପମଣୀ ମହନ୍ତ, ରାଜ୍ୟ କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ମଂଚାସିନ ଥାଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଓଡିଶାର ୧୪ଟି ଜିଲ୍ଲାରୁ ୯୯ ଜଣ ପୁରୁଷ ପ୍ରତିଯୋଗି, ୩୭ଜଣ ମହିଳା ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଉଥିବା ବେଳେ ଏ ସମସ୍ତ ପ୍ରତିଯୋଗିତାକୁ ସାରା ରାଜ୍ୟରୁ ୪୦ ଜଣ ଟେକ୍‌ନିକାଲ ଅଫିସିଆଲ ପରିଚାଳନା କରୁଛନ୍ତି । ପ୍ରଥମ ଦିନର ରିପୋର୍ଟ ହେବା ପର୍ଯ୍ୟନ୍ତ ପ୍ରତିଯୋଗିତାରେ ମହିଳା ବିଭାଗରେ ୫୦ ମିଟର ବଟରଫ୍ଲାଏ ରେ ଖୋର୍ଦ୍ଧାର ସୃଷ୍ଟି ଉପାଧ୍ୟାୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଖୋର୍ଦ୍ଧାର ସୋନିଆ ପଟେଲ ଓ ଚିନ୍ମୟୀ ବେହେରା ଯଥାକ୍ରମେ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୫୦ ମିଟର ପୁରୁଷ ବଟରଫ୍ଲାଏ ରେ ବରଗଡ ଜିଲ୍ଲାର ନବୀନ ଶର୍ମା ପ୍ରଥମ, ଯଦୁ ବୁଡେକ ଦ୍ୱିତୀୟ, ଗଞ୍ଜାମ ସୁଭ୍ରନ୍ତ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମହିଳା ୨୦୦ ମି. ବେକ୍ ଷ୍ଟ୍ରୋକରେ ଖୋର୍ଦ୍ଧାର ପ୍ରତ୍ୟାଶା ରାଏ ପ୍ରଥମ, ଧାନଭି ଭୈାମିକ ଦ୍ୱିତୀୟ ଏବଂ କିସ୍ ଓ କିଟ୍ ର ଅଞ୍ଜଳି ମୁଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୨୦୦ ମିଟର ପୁରୁଷ

ବେକ୍ ଷ୍ଟ୍ରୋକ ରେ ଖୋର୍ଦ୍ଧାର ଅଭିନବ କୁମାର ସିଂହ ପ୍ରଥମ, ଅଭିନାଶ ଦାଶ ଦ୍ୱିତୀୟ ଓ ବଲାଙ୍ଗୀରର ସ୍ୱାଗତ ସେଠ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୧୦୦ ମିଟର ମହିଳା ବେକ୍ ଷ୍ଟ୍ରୋକରେ କଟକର ଦିବ୍ୟାଙ୍କା ଦିବ୍ୟ ଜ୍ୟୋତି ପ୍ରଧାନ ପ୍ରଥମ, କିସ କିଟର ଅଞ୍ଜଳି ମଲ୍ଲିକ ଦ୍ୱିତୀୟ, ବରଗଡର ଶ୍ରୀଜିତା ମହାକୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୧୦୦ ମି. ପୁରୁଷ ବ୍ରେକ ଷ୍ଟ୍ରୋକରେ ସାଇ ସ୍ୱରୁପ ସ୍ୱାଇଁ ପ୍ରଥମ, ବଲାଙ୍ଗିର ର ସୌରଭ ପୁଟେଲ ଦ୍ୱିତୀୟ ଏବଂ ସମ୍ବଲପୁରର ସ୍ୱସ୍ତିକ ମହାକୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟପାର ବିଭାଗ ସହାୟତା ରେ ଚାଲିଥିବା ଏହି ପ୍ରତିଯୋଗିତା ସମସ୍ତ ପ୍ରତିଯୋଗିଙ୍କ ପାଇଁ ଖାଦ୍ୟ ତଥା ରହିବା ବ୍ୟବସ୍ଥା କରାଯାଇଛି ଏବଂ ୧୭ ତାରିଖ ପ୍ରତିଯୋଗିତାର ସମସ୍ତ ବିଭାଗର ଖେଳ ସମାପନ ହେବ ବୋଲି ସଭାପତି ପ୍ରଦୀପ କୁମାର ପାଢୀ ସୂଚନା ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026

You Might Also Like