-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
15-May-2026
କଟକ(ତପନ ମହାନ୍ତି): ଅଧବାଟରେ ଆମ୍ବୁଲାନ୍ସରୁ ପେଟ୍ରୋଲ ସରିଯିବା ଫଳରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ। କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ ବିଷପିଇ ଗୁରୁତର ହେବାରୁ ପରିବାର ଲୋକେ କଟକ ଏସସିବି ମେଡିକାଲ କୁ ଆଣିଥିଲେ। ତେବେ ସେଠାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍ କୁ ଘରୋଇ ଆମ୍ବୁଲାନ୍ସ ରେ ସ୍ଥାନାନ୍ତରିତ କରିଥିଲେ। ଯିବାବେଳେ
କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା। ଫଳରେ କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏମିତିକି ଆମ୍ବୁଲାନ୍ସ ର ଅକ୍ସିଜେନ ମଧ୍ୟ ଶେଷ ହୋଇଯାଇଥିବାସେମାନେ
ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଆମ୍ବୁଲାନ୍ସରେ ଯଦି ତେଲ ନଥିଲା ରୋଗୀକୁ ଆଣୁଥିଲା କାହିଁକି ? ଘରୋଇ ଆମ୍ବୁଲାନ୍ସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ ଦାବି କରିଛନ୍ତି ।