-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଜିଲ୍ଲା

ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ଚାଷୀଙ୍କୁ ମିଳିଲା ନ୍ୟାୟ”

15-May-2026




୧୦୬ ଦିନର ଅପେକ୍ଷା ପରେ ପ୍ରତାପ ବରାଳଙ୍କ ଖାତାକୁ ଆସିଲା ୨ ଲକ୍ଷ ୧୭ ହଜାର ଟଙ୍କା



 

କାଲିମେଳା(ସନ୍ତୋଷ କୁମାର ପଣ୍ଡା):ଦୀର୍ଘ ୧୦୬ ଦିନ ଧରି ନିଜ ପରିଶ୍ରମର ଧାନ ବିକ୍ରୟ ଟଙ୍କା ପାଇଁ ସରକାରୀ କାର୍ଯ୍ୟାଳୟରୁ କାର୍ଯ୍ୟାଳୟ ଦୌଡ଼ୁଥିବା ମାଲକାନଗିରି ଜିଲ୍ଲା MV-96 ଗ୍ରାମର ଚାଷୀ ପ୍ରତାପ ବରାଳଙ୍କୁ ଶେଷରେ ମିଳିଛି ବଡ଼ ଆଶ୍ୱସ୍ତି। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ଓ ଚାଷୀଙ୍କ ଅସହାୟ ସ୍ଥିତି ସାମ୍ନାକୁ ଆସିବା ପରେ ଆଜି ସଞ୍ଜ ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୨ ଲକ୍ଷ ୧୭ ହଜାର ଟଙ୍କା କ୍ରେଡିଟ୍ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ପ୍ରତାପ ବରାଳ ଗତ ଜାନୁଆରୀ ୨୭ ତାରିଖରେ MV-79 ଧାନ କ୍ରୟ କେନ୍ଦ୍ରରେ ପ୍ରାୟ ୪୦ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିଲେ। କିନ୍ତୁ ଦୀର୍ଘ ୫ ମାସ ଧରି ତାଙ୍କ ଖାତାକୁ ଟଙ୍କା ନଆସିବାରୁ ସେ ଆର୍ଥିକ ଓ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। ଧାନ ଚାଷ ପାଇଁ ନେଇଥିବା କରଜ, ଘର ଖର୍ଚ୍ଚ ଓ ପରିବାରର ଚାପ ତାଙ୍କୁ ନିରାଶାର ସୀମାକୁ ନେଇଯାଇଥିଲା।

ଏନେଇ ସେ ଜନସୁନାନି ୱେବସାଇଟ୍‌ରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଅନେକ ସ୍ଥାନରେ ନ୍ୟାୟ ପାଇଁ ଦୁଆରେ ଦୁଆରେ ଘୁରିଥିଲେ। ପ୍ରତ୍ୟେକ ସ୍ଥାନରୁ ମିଳୁଥିଲା କେବଳ ଗୋଟିଏ ଉତ୍ତର —
“ଆଉ ୭ ଦିନ…”
“ଆଉ ୧୦ ଦିନ…”

ଏହି ଅପେକ୍ଷା ଓ ଅବହେଳା ମଧ୍ୟରେ ଚାଷୀ ପରିବାର ପ୍ରାୟ ଭାଙ୍ଗିପଡ଼ିଥିବାବେଳେ ଗଣମାଧ୍ୟମରେ ଘଟଣା ବାରମ୍ବାର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଥିବା ଚର୍ଚ୍ଚା ହେଉଛି।
ଚାଷୀ ପ୍ରତାପ ବରାଳ କହିଛନ୍ତି—
“ମୁଁ ଆଶା ଛାଡ଼ିଦେଇଥିଲି। ବାରମ୍ବାର ଦୌଡ଼ିବା, ଅନୁରୋଧ କରିବା ଓ ଅପେକ୍ଷା କରି କରି ଥକିଯାଇଥିଲି। ଶେଷରେ ମୋ ପରିଶ୍ରମର ଟଙ୍କା ମିଳିଛି। ଯେଉଁମାନେ ମୋ ଦୁଃଖକୁ ସାମ୍ନାକୁ ଆଣିଲେ ସେମାନଙ୍କୁ ଧନ୍ୟବାଦ।”
ତେବେ ଏହି ଘଟଣା ଏକ ବଡ଼ ପ୍ରଶ୍ନ ଛାଡ଼ିଯାଇଛି —
ଜଣେ ଚାଷୀ ନିଜ ପରିଶ୍ରମର ଟଙ୍କା ପାଇବା ପାଇଁ କାହିଁକି ମାସ ମାସ ଧରି ଦୌଡ଼ିବେ? କାହିଁକି ବାରମ୍ବାର ଖବର ପ୍ରକାଶ, ଚାପ ଓ ଧମକ ପରେ ମାତ୍ର ବ୍ୟବସ୍ଥା କାମ କରିବ?
ସରକାରୀ ଧାନ କ୍ରୟ ବ୍ୟବସ୍ଥାରେ ଏଭଳି ଅବହେଳା ଓ ବିଳମ୍ବ କେବେ ବନ୍ଦ ହେବ?
ଜଣେ ସାଧାରଣ ଚାଷୀ ବିନା ହଇରାଣ ଓ ବିନା ଅପମାନରେ କେବେ ସମୟରେ ନିଜ ଟଙ୍କା ପାଇବେ?ଏହି ପ୍ରଶ୍ନର ଉତ୍ତର ଏବେ ସରକାର ଓ ପ୍ରଶାସନଙ୍କ ପାଖରେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like