-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
07-Feb-2021
ମାଲକାନଗିରି, (ପ୍ରେରଣା ଖବର) :ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଆଇ ଇ ଡି ବିସ୍ଫୋରଣ ଜଣେ ଏସ ଟି ଏଫ୍ ଯବାନ ସହୀଦ। ମୃତ ଯବାନଙ୍କ ନାମ ମୋହନ ନାଗ ବୋଲି ଜଣାପଡିଛି। ବିଜାପୁର ଜିଲ୍ଲା ତରେମ୍ ଥାନା ଅନ୍ତର୍ଗତ ତୁକଡ଼ି ଅଞ୍ଚଲରେ ଯବାନ ମାନେ କମ୍ୱିଂ ପାଇଁ ବାହାରିଥିଲେ। ହେଲେ ପୂର୍ବରୁ ଯବାନଙ୍କୁ ଟାର୍ଗେଟ କରି ବିସ୍ଫୋରକ ଖଂଜିଥିଲେ ମାଓବାଦୀ। ଆଉ ଜଣେ ଯବାନଙ୍କ ଗୋଡ ପଡିଯିବାରୁ ବ୍ଲାଷ୍ଟ୍ ହୋଇଥିଲା ଆଇ ଇ ଡି। ଗୁରୁତର ଅବସ୍ଥାରେ ଯବାନଙ୍କୁ ନିକଟସ୍ଥ ବାସାଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।