-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2026
ଟିଟିଲାଗଡ(ପ୍ରେରଣା ଖବର)- ଶୁକ୍ରବାର ଦିନ ସକାଳ ୧୦ଘଣ୍ଟା ସମୟରେ କୁରସୁଡ଼ ଗ୍ରାମପଞ୍ଚାୟତ ଦ୍ୱାରା ଆୟୋଜିତ “ଏକ ପେଡ୍ ମା’ କେ ନାମ” ଅଭିଯାନ କୁରସୁଡ଼ ସ୍ଥିତ ଫଳ ବଗିଚା ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ଗଠନର ମହତ୍ୱପୂର୍ଣ୍ଣ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ ସ୍ଥାନୀୟ ନେତୃତ୍ୱ ବୃନ୍ଦ।ଆସନ୍ତୁ ଏକାଠି ହୋଇ ଗଛ ଲଗାଇବା, ପରିବେଶ ବଞ୍ଚାଇବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁସ୍ଥ ପରିବେଶ ଗଢ଼ି ତୋଳିବା ବୋଲି ଜନ ସାଧାରଣଙ୍କୁ ଆହ୍ୱାନ କରିଥିଲେ ଅତିଥୀ
ଗଣ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସଙ୍ଗୀତା ବେହେରା ,
ସାଂସଦଙ୍କ ଟିଟିଲାଗଡ଼ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ମୁକେଶ କୁମାର ଜୈନ, ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ନିମାଇଁ ଚରଣ ବେହେରା ,୫ନମ୍ବର ୱାର୍ଡ଼ ସଭ୍ୟ ନାରାୟଣ ବାଗ, କନିଷ୍ଠ ଯନ୍ତ୍ରୀ ରାଜେନ ଟୋପୋ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଥୟ ବେହେରା ,ଜେଶବ ରଣା, ଭରତ ବାଗ, ଈଶ୍ବର ମହାନନ୍ଦ, ଦେବାନନ୍ଦ ବେହେରା, ଉମେଶ ମହାନନ୍ଦ, ଚନ୍ଦ୍ର ଯାନୀ, ମୁକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।