-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2026
ଟିଟିଲାଗଡ଼: ପିତୃପକ୍ଷର ପବିତ୍ର ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି, ଜୋନ୍–୨୭ ପକ୍ଷରୁ ମାନବସେବା ଓ ପିତୃପୁରୁଷଙ୍କ ସ୍ମୃତିରେ ଏକ ଭୋଜନ ସେବା କାର୍ଯ୍ୟକ୍ରମ ମହାବୀର ପଞ୍ଚାୟତି ଧର୍ମଶାଳା ସମ୍ମୁଖରେ ଆୟୋଜିତ ହୋଇଯାଇଛି। ଶନିବାର ୨୬ ସେପ୍ଟେମ୍ବର ୨୦୨୬ ଦିନ ୧୨ଟା ୧୫ ମିନିଟ ସମୟରେ ଏହି ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା। ଏହି ମାନବିକ ସେବା କାର୍ଯ୍ୟର ଶୁଭାରମ୍ଭ ଟିଟିଲାଗଡ ବିଧାୟକ ନବୀନ ଜୈନ, ଓମ ଭ୍ୟାଲି ସ୍କୁଲର ଚେୟାରମେନ ଲାୟନ ଦୀପକ ସାହୁ ଏବଂ ତାଙ୍କ ପରିବାରବର୍ଗଙ୍କ କରକମଳରେ ଆରମ୍ଭ କରି ସମସ୍ତଙ୍କୁ ଭୋଜନ ବଣ୍ଟନ କରିଥିଲେ। ପିତୃପକ୍ଷର ପବିତ୍ର ଅବସରରେ ଜନ ସାଧାରଣଙ୍କୁ ଭୋଜନ କରାଇ
ପିତୃପୁରୁଷଙ୍କ ସ୍ମୃତିରେ ସେବା ଓ ମାନବିକତାର ଏହି ପୁଣ୍ୟ କାର୍ଯ୍ୟ କରାଯାଉଛି। ଏହି ମହତ୍ କାର୍ଯ୍ୟରେ ଦୀପକ ସାହୁ, ଶ୍ରୀମତୀ ସଙ୍ଗୀତା ସାହୁ ଏବଂ ସାହୁ ପରିବାରଙ୍କ ସହଯୋଗ ଓ ସେବା ଭାବନା ପାଇଁ ଜେସିଆଇ ଟିଟିଲାଗଡ଼ ସିଟିକୁ ସହଯୋଗ କରିଥିବାରୁ ଜେଶିଆଇ ଟିଟିଲାଗଡ ସିଟିର ସଭାପତି ଶୈଳେଶ ଗୋଏଲ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସେବା କାର୍ଯ୍ୟ ପରିଚାଳନା କରିବାରେ ଜେସିଆଇ ଟିଟିଲାଗଡ ସିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।