-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
13-May-2026
(ପ୍ରିୟଦର୍ଶିନୀ ପାତ୍ର)
ପାପଡାହାଣ୍ଡି ବ୍ଲକ ଖୁଟଗୁଡା ରେ ଅନୁଷ୍ଠିତ ଏକ ଧାର୍ମିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ହିନ୍ଦୁ ମହାସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ। ସଂକୀର୍ତ୍ତନ ଗୁରୁ ଗୋରା ହରିଜନ ଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଲୋକ କଳା ପରିଷଦ ର ଜିଲ୍ଲା ମୁଖ୍ୟ ଅଶୋକ ପାତ୍ର ଓ ଜୟସେନ ନାଗେଶ ମଧ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଗ୍ରାମବାସୀଙ୍କ ଦ୍ବାରା ଏକ ସଂକୀର୍ତ୍ତନ ମଣ୍ଡଳୀ ର ଶୁଭାରମ୍ଭ ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳରୁ ନାମ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ।