-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
13-May-2026
ଭୁବନେଶ୍ବର(ସମୀର ରଞ୍ଜନ ନାୟକ): ରାଜଧାନୀରେ ଲଜ୍ଜା । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଅଭିଯୋଗ। ଚାରି ଜଣ କଲେଜ ଛାତ୍ର ମିଶି ଦୁଷ୍କର୍ମ କରିଥିବାର ହୋଇଛି ଅଭିଯୋଗ । ଭୁବନେଶ୍ବରର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି l ଘରୋଇ କଲେଜ ଛାତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ ପରେ ହଇଚଇ ସୃଷ୍ଟି ହୋଇଛି । ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଛାତ୍ରୀଙ୍କୁ ରୁମ୍କୁ ଡକାଇ ଗଣ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଅଭିଯୋଗ ପାଇବା ପରେ ଚାରି ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।ଇନଫୋଭ୍ୟାଲି ଥାନା କାଇ ମାଟିଆରେ ଥିବା ଏକ ମେସ୍ରେ ଘଟିଛି ଏଭଳି ଘଟଣା । ଦୁଷ୍କର୍ମ ପଛରେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗ ସାମିଲ ଥିଲେ । ଚାରି ଅଭିଯୁକ୍ତଙ୍କୁ ଗିରଫ କରି କ୍ରାଇମ୍ ସ୍ପଟ୍ରେ ତନାଘନା କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି ପୋଲିସ ।