-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
12-May-2026
ଭୁବନେଶ୍ବର(ସମୀର ରଞ୍ଜନ ନାୟକ ): ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଯଥେଷ୍ଟ ମହଜୁଦ ରହିଛି। ରାଜ୍ୟ ସହ ଦେଶରେ ମଧ୍ୟ ଯଥେଷ୍ଟ ମହଜୁଦ ରହିଛି। ଟାଙ୍କି କେଉଁଠି ବି ବନ୍ଦ ନାହିଁ। ସବୁଠାରେ ଖୋଲା ଅଛି। ମୁଁ ସ୍ଥିତି ଉପରେ ନଜର ରଖିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। କୌଣସି ଟାଙ୍କି ବନ୍ଦ ପାଇଁ ନିର୍ଦ୍ଦେଶ ଯୋଗାଣ ବିଭାଗ ପକ୍ଷରୁ ହୋଇନାହିଁ। ଆବଶ୍ୟକୀୟଙ୍କୁ ତେଲ ମିଳିବ। କିନ୍ତୁ ଭବିଷ୍ୟତରେ ତେଲ ସଂକଟ ଯେପରି ନହୁଏ ତେଣୁ ଏଥିପ୍ରତି ଏବେଠାରୁ ଆମକୁ ନିୟନ୍ତ୍ରଣ କରିବାକୁ ପଡିବ ବୋଲି କହିଛନ୍ତି ମନ୍ତ୍ରୀ।ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହାର ଅର୍ଥକୁ ଭୁଲ ବୁଝିବା ଉଚିତ ନୁହେଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପେଟ୍ରୋଲ ବ୍ୟବହାରରେ ନିୟନ୍ତ୍ରଣ ଆଣିବାକୁ ହେବ । ଆଗକୁ ହୁଏତ ପେଟ୍ରୋଲ ସମସ୍ୟା ଆସିପାରେ । ଧୀରେ ଧୀରେ ଦର ବୃଦ୍ଧି ପାଇପାରେ । ଗରିବ ଲୋକ କେମିତି ପ୍ରଭାବିତ ହେବେ ନାହିଁ ତାକୁ ଧ୍ୟାନ ଦିଆଯାଇ ସରକାର ନିଜେ ବହନ ଅର୍ଥ କରୁଛନ୍ତି । ଦେଶର ଅର୍ଥନୀତିକୁ ସଜାଡିବାକୁ ହେଲେ ସୁନା କିଣିବା କ୍ଷେତ୍ରରେ କିଛି ଦିନ ପାଇଁ ଅପିଲ କରାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି