-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
04-May-2026
ବରଗଡ଼/ବଲାଙ୍ଗୀର(ତୁଳସୀ ଚରଣ ଦାଶ): ବଲାଙ୍ଗୀର ଜିଲ୍ଲା ପବିତ୍ର ହରିଶଙ୍କର ପୀଠରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖୀ ମେଳା ଅବସରରେ ଅନୁଷ୍ଠିତ ଭୁଲିଆ ସମାଜ ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଅନ୍ନସେବା କେନ୍ଦ୍ର ର ଅନ୍ତିମ ଦିବସରେ ବରଗଡ଼ର ବିଶିଷ୍ଟ ମହିଳା ସମାଜସେବୀ ସଂଘମିତ୍ରା ପଟେଲଙ୍କୁ ସମ୍ମାନିତ କରିବା ସହିତ ନରେଶ ମେହେର, ସାରଥୀ ମେହେର, ଅନୁପମା ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀମତୀ ପଟେଲ ଅନ୍ନସେବା କେନ୍ଦ୍ର ରେ ଉପସ୍ଥିତ ହଜାର ହଜାର ତୀର୍ଥଯାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ରକ୍ତ ଅଭାବ ପାଇଁ କୌଣସି ବ୍ୟକ୍ତିଙ୍କୁ ମାରିବାକୁ ଦିଆଯିବ ନାହିଁ, ଯେ କୌଣସି ଅଞ୍ଚଳରୁ,ଯେ କୌଣସି ସମୟରେ ଯାହାର ରକ୍ତ ଦରକାର ଖବର ପାଇଗଲେ, କାଳ ବିଳମ୍ବ ନ କରି ତୁରନ୍ତ ତାଙ୍କୁ ରକ୍ତ ଯୋଗାଇ ଦିଆଯିବ।ଭୁଲିଆ ସମାଜର ଏହି ଅନ୍ନ ପ୍ରସାଦ ଦାନକୁ ଭୁୟସୀ ପ୍ରଶଂସା କରିବା ସହ ସଭାପତି ନରୋତ୍ତମ ମେହେରଙ୍କୁ ଟ୍ରଫି ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଜରାଜ ମେହେର ସଭା କାର୍ଯ୍ୟ ପରିଚାଳନା କରି ମୁଖ୍ୟ ଅତିଥିଙ୍କୁ ନାରୀ ଟିଏ ହୋଇ ଅପରିଚିତ ବ୍ୟକ୍ତି ର ଶବ ସତ୍କାର କରିବା ସହ ସମଗ୍ର ଓଡ଼ିଶା ତଥା କଟକ ବଡ଼ ଡାକ୍ତରଖାନାରେ କିପରି ରୋଗୀଙ୍କୁ ରକ୍ତ ଯୋଗାଡ କରାଇ ରୋଗୀଙ୍କ ପ୍ରାଣ ବଞ୍ଚାଇଥିଲେ, ଉଦାହରଣ ଦେଇ ସଂଘମିତ୍ରା ପଟେଲ?ଙ୍କୁ ମଦର ଟେରେସା ପରି ତାଙ୍କର ସେବା କାର୍ଯ୍ୟ ଜାରି ରଖିବା ପାଇଁ ହରି ଶଙ୍କର ବାବା ଆଶୀର୍ବାଦ କରି ବାକୁ ପ୍ରାର୍ଥନା କରିଥିଲେ।ଅନ୍ନ ସେବା ସଭାପତି ଘନଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
--------×××---------