-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
04-May-2026
ଲୋଇସିଂହା(ପ୍ରେରଣା ଖବର): ଚଳିତ ଶିକ୍ଷା ବର୍ଷରେ ଲୋଇସିଂହାରେ ଆରମ୍ଭ ହୋଇଥିବା ବ୍ରାଇଟମୁର୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିରର ଶୁଭ ଉଦ୍ଘାଟନ ହୋଇଯାଇଛି। ଛୁଟି ଦିନ ମାନଙ୍କରେ ମଧ୍ୟ ପାଠପଢ଼ା ସହ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ କରାଇବା ଏହି ଶିବିରର ମୂଳ ଉଦ୍ଦେଶ୍ୟ।
ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷା ମାମିନା ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ
ହୋଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସଦସ୍ୟା ସୁଭାଷିନୀ ନନ୍ଦଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କାଞ୍ଚନ ମଞ୍ଜରୀ ହନୁମାନ ଏବଂ ସମ୍ମାନିତ ଅତିଥି ଭାବେ ଜେଏସଏମ୍ କଲେଜର ପ୍ରଶାସନିକ ଅଧିକାରୀ ମିଷ୍ଟର ଶୈଳେଶ କୁମାର ପାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ଗ୍ରୀଷ୍ମକାଳୀନ ଶିବିରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷାମୂଳକ, ସୃଜନଶୀଳ, କ୍ରୀଡା ଓ ମନୋରଞ୍ଜନଧର୍ମୀ
କାର୍ଯ୍ୟକଳାପରେ ଉତ୍ସାହର ସହ ଅଂଶଗ୍ରହଣ କରୁଥିବା ଯୋଗୁ ଆଗାମୀ ଦିନରେ ଏକ ସୁନାଗରିକ ଭାବେ ନିଜକୁ ଗଢ଼ି ପାରିବେ। ଖେଳ ଖେଳରେ ଶିଖିବାର ଏହି ପ୍ରୟାସ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିପାରିଛି। ବିଦ୍ୟାଳୟ ପରିଚାଳନା କମିଟି ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏପରି ଅନେକ ନୂତନ ଓ ଗୁଣାତ୍ମକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖିବେ ବୋଲି ଦୃଢୋକ୍ତିର ସହ ପ୍ରକାଶ କରିଛନ୍ତି।