-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
04-May-2026
(ରଂଜିତ ମହାନ୍ତି )
ବରୀ ବ୍ଲକ ସନ୍ଥନ ମହାବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗର ଅଧ୍ୟାପକ ଅଜୟ କୁମାର ନାୟକ ଓ ଗ୍ରନ୍ଥଗାରିକ କଳିଙ୍ଗ ଚନ୍ଦ୍ର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷ ବିଜୟ କୁମାର ଦାଶଙ୍କ ସଭାପତିତ୍ୱରେ ୬୬୨ କଲେଜ ସଂଘର ଉପସଭାପତି କୈଳାଶ ଚନ୍ଦ୍ର ମହାପାତ୍ର, ନବଭାରତୀ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ରୋଟାରିଆନ ତଥା ସମାଜସେବୀ ଡ଼.ଗିରୀଶ ବିହାରୀ ମିଶ୍ର, ପାଣିକୋଇଲି ମା ତାରିଣୀ ମହାବିଦ୍ୟାଳୟର ଅଧ୍ୟାପକ ସମରେନ୍ଦ୍ର କୁମାର ଦାସ, ମୁକୁନ୍ଦ ପାତ୍ର, ଅଧ୍ୟାପକ ଅଭିମନ୍ୟୁ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। କଲେଜର ପ୍ରଥମ ପିଢ଼ିର ମୂଳ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ବିଦାୟ ଦେଲାବେଳେ କଲେଜ ପରିସରରେ ଏକ ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା।ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଦାୟୀ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ରିତେଶ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ସାହୁ, ଅଜୟ କୁମାର ଦାସ, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅଧ୍ୟାପିକା ପ୍ରିୟଦର୍ଶିନୀ ସାମଲ, ସ୍ୱୟଂପ୍ରଭା ପଣ୍ଡା, ପ୍ରୀତିମଞ୍ଜରୀ ସାହୁ, ଖେଳଶିକ୍ଷକ ବିଜନ ବିହାରୀ ଦାସ ତଥା ଅଫିସ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ସାହୁ, ଅପୂର୍ଵ ରଞ୍ଜନ ସାହୁ, ବିନୋଦ ବିହାରୀ ଦାସ, ରାଜେନ୍ଦ୍ର ବିଶ୍ୱାଳ, ପ୍ରେମଲତା ପଣ୍ଡା ଓ ପରିବାରବର୍ଗ ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରୁଥିବା ଅଧ୍ୟାପକ-କର୍ମଚାରୀ ମାନଙ୍କ ସହ କଟିଥିବା ଦିନଗୁଡିକ ମନେ ପକାଇଥିଲେ।