-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2026
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ର ନୋଟାରୀ ତଥା ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ବର୍ଗତଃ ମିଶ୍ର ଜଣେ ମେଳାପୀ ଓ ଦରଦୀ ମଣିଷ ଭାବରେ ଜଣାଶୁଣା ଥିଲେ । ଦୀର୍ଘ ୫୦ବର୍ଷ ଧରି ସେ ବଲାଙ୍ଗୀରରେ ନୋଟାରୀ ଭାବରେ କାର୍ଯ୍ୟ କରି ନିଜର ଲୋକପ୍ରିୟତା, ଦକ୍ଷତା, ନିଷ୍ଠା ଓ ଜ୍ଞାନର ପରିଚୟ ଦେଇ ପାରିଥିଲେ । ବୃତ୍ତିଗତ ଜୀବନରେ ନିଜର ଆମାୟିକ ବ୍ୟବହାରରେ ସମସ୍ତ ଓକିଲ ମାନଙ୍କ ସହ ସୁସମ୍ପର୍କ ରଖି ପାରିଥିଲେ ସ୍ବର୍ଗତଃ ଅଶ୍ୱିନୀ ମିଶ୍ର । ସ୍ବର୍ଗତଃ ମିଶ୍ର ଙ୍କ ବିୟୋଗରେ ଗତକାଲି ବଲାଙ୍ଗୀର ଜିଲ୍ଲା ତହସିଲ ପରିସରରେ କାର୍ଯ୍ୟରତ ଓକିଲ ମାନଙ୍କ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟ/ସଭ୍ୟାଙ୍କ ସମେତ ସ୍ବର୍ଗତଃ ଅଶ୍ୱିନୀ ମିଶ୍ରଙ୍କ ସହକର୍ମୀ ମାନେ
ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ପ୍ରଥମେ ଏହି ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ବଲାଙ୍ଗୀର ର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ, ସମ୍ପାଦକ ଅସିତ ଷଡ଼ଙ୍ଗୀ, ସଭ୍ୟ ସିଦ୍ଧାର୍ଥ ମିଶ୍ର, ରଘୁ ନନ୍ଦନ ସିଂହ, ରୁଦ୍ର ଥାନାପତି, ଦୟାନିଧି ଶତପଥୀ, ସଂଜୀବ ହୋତା, ଦେବେନ୍ଦ୍ର ସାହୁ, କୃଷ୍ଣ ଚନ୍ଦନ, ପ୍ରଦୀପ ବୁଡ଼େକ, ପ୍ରଭାସ ମିଶ୍ର, ଆନନ୍ଦ ମିଶ୍ର, ସୁବାଷ ନନ୍ଦ, ସୁରେଶ ସାହୁ, ଆମ୍ବୁଜ ମହାନ୍ତି, ପଦ୍ମନାଭ ପଟେଲ, ଅଶୋକ ରାଉତ ପ୍ରମୁଖ ସ୍ବର୍ଗତଃ ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।