-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଚିନାୟୁରୀ ପଂଚାୟତରେ ଆଜି ପଂଚାୟତ ସ୍ତରୀୟ ଜନ ଶୁଣାଣୀ ଅଭିଯୋଗ ଶିବିର ସରପଂଚ ରାଜକୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଶିବିର ରେ ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଗୋଷ୍ଠୀ ଉନ୍ନୟନ ଅଧୁକାରୀ ସଞ୍ଜିବ କୁମାର ସାହୁ ଯୋଗ ଦେଇ ପଂଚାୟତବାସୀଙ୍କ ଅଭିଯୋଗ ଶୁଣିଥିଲେ । ଉକ୍ତ ଶିବିରରେ ମୋଟ ୧୭ଟି ଅଭିଯୋଗ ମଧ୍ୟରୁ ୧୩ଗୋଟି ବ୍ୟକ୍ତିଗତ ରହିଥିବା ବେଳେ ୪ଗୋଟି ଅଭିଯୋଗ ସାମୁହିକ ରହିଥିଲା ।ବିଶେଷକରି ବାନ୍ଧିକ୍ୟ ବଭତ୍ତା ଉପରେ ଅଧୁକ ଅଭିଯୋଗ ଆସିଥିବା ବେଳେ କେନାଲ ପାଣି ବଂଟନ ଏବଂ ବେଆଇନ ନିଶାକାର ରୋକିବା ଦିଗରେ ପେଟ୍ରୋଲିଂ ବ୍ୟବସ୍ଥା ଉପରେ ପୁଲିସ ପ୍ରସାଶନ ଧ୍ୟାନ ଦେବାକୁ ଲିଖୁତ ଭାବେ ଜଣାଇଥିଲେ । ବିଭିନ୍ନ ଅଧୁକାରୀ ମଧ୍ୟରେ ଏବିଡିଓ ମହେଶ୍ଵର ପଧାନ, ପଂଚାୟତ ନିର୍ବାହୀ ଅଧୁକାରୀ ରୀଚା ପଣ୍ଡା, ଆରଡବଲ୍ୟୁ ଏସଏସ ଏଇ ହୀମାଦ୍ରୀ ପଧାନ, ପଂଚାୟତ ସଂପ୍ରସାରଣ ଅଧିକାରୀ ରଞ୍ଜନ ବେହେରା, ଜେଆରଏ ସିଦ୍ଧାର୍ଥ ପୁଜାରୀ, ରାଜସ୍କି ନିରୀକ୍ଷକ ରୋହିତ କୁମାର ମିଶ୍ର, ଏଡିରଓ ଇଶ୍ଵର ସେଠ, ମହିଳା ଶିଶୁ ବିକାଶ କ୍ଷେତ୍ର ପରିଦର୍ଶିକା ଚିଲୋ ମା ବରିହା, ସୁଭଦ୍ରା ହେଲ୍ସ ଡେକ୍ସ ଅକ୍ଷୟ ସୁନାଙ୍କ ସମେତ କୃଷି, ଉଦ୍ୟାନ ବିଭାଗ, ମୂଚିକା ସଂରକ୍ଷଣ ବିଭାଗର ଅଧୁକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । |