-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2026
ଟିଟିଲାଗଡ(ପ୍ରେରଣା ଖବର)- ଜେସିଆଇ ଜୋନ୍-୨୭ର ବାର୍ଷିକ ସମ୍ମିଳନୀ ‘ଜୋନକନ୍-୨୦୨୬: ପ୍ରାରମ୍ଭ’ରେ ଜେସିଆଇ ଟିଟିଲାଗଡ଼ ସିଟି ଏକ ଐତିହାସିକ ସଫଳତା ହାସଲ କରିଛି। ଓଡ଼ିଶା ଏବଂ ଛତିଶଗଡ଼କୁ ନେଇ ଗଠିତ ଏହି ଜୋନ୍ ସ୍ତରୀୟ ପ୍ରତିଯୋଗିତାରେ ସଂଗଠନ ଏକାଧିକ ପ୍ରମୁଖ ପୁରସ୍କାର ନିଜ ନାମରେ କରି ସମଗ୍ର ଅଞ୍ଚଳ ତଥା ଟିଟିଲାଗଡ଼ ପାଇଁ ଗୌରବ ଆଣିଦେଇଛି। ଜେସି ଶୈଳେଶ ପ୍ରସାଦ ଗୋଏଲଙ୍କୁ ଜୋନ୍-୨୭ର ‘ଶ୍ରେଷ୍ଠ ସଭାପତି’ ପୁରସ୍କାର ମିଳିଥିବା ବେଳେ ସଂଗଠନ ‘ଆଉଟଷ୍ଟାଣ୍ଡିଂ ଲୋକାଲ୍ ଅର୍ଗାନାଇଜେସନ୍’ (ବିଜେତା) ଭାବେ ପୁରସ୍କୃତ ହୋଇଛି।ଜେସିଆଇ ବଲାଙ୍ଗୀର ସିଟି ପକ୍ଷରୁ ଅକ୍ଟୋବର ୨୪ ଓ ୨୫ ତାରିଖରେ ଆୟୋଜିତ ହୋଇଥିଲା ଜୋନ୍-୨୭ର ବାର୍ଷିକ ସମ୍ମିଳନୀ ‘ପ୍ରାରମ୍ଭ’। ଏହି ସମ୍ମିଳନୀରେ ଜେସିଆଇ ଟିଟିଲାଗଡ଼ ସିଟି ତାର ନେତୃତ୍ୱ, ସାମୂହିକ ପ୍ରୟାସ ଏବଂ ବର୍ଷ ତମାମ ହୋଇଥିବା ଉଲ୍ଲେଖନୀୟ ସେବା କାର୍ଯ୍ୟ ବଳରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଛି।ଏହି ସମ୍ମିଳନୀରେ ସଂଗଠନ ହାସଲ କରିଥିବା ପ୍ରମୁଖ ସଫଳତାଗୁଡ଼ିକ ହେଲା:
ଶ୍ରେଷ୍ଠ ସଭାପତି ଭାବେ ଦକ୍ଷ ନେତୃତ୍ୱ ଏବଂ ଉଲ୍ଲେଖନୀୟ ସାଙ୍ଗଠନିକ କାର୍ଯ୍ୟ ପାଇଁ ଜେସି ଶୈଳେଶ ପ୍ରସାଦ ଗୋଏଲ ଜୋନ୍-୨୭ର ଶ୍ରେଷ୍ଠ ସଭାପତି ଭାବେ ସମ୍ମାନିତ ହୋଇଛନ୍ତି।
ଆଉଟଷ୍ଟାଣ୍ଡିଂ ୟଙ୍ଗ୍ ପର୍ସନ୍ ଆୱାର୍ଡ: ଯୁବ ପ୍ରତିଭା ପ୍ରୀତିଶା ବାନାର୍ଜୀଙ୍କୁ ଜୋନ୍ ସ୍ତରୀୟ ‘ଆଉଟଷ୍ଟାଣ୍ଡିଂ ୟଙ୍ଗ୍ ପର୍ସନ୍’ ପୁରସ୍କାର ପ୍ରଦାନ କରାଯାଇଛି।ଆଉଟଷ୍ଟାଣ୍ଡିଂ
ଲୋକାଲ୍ ଅର୍ଗାନାଇଜେସନ୍ (ବିଜେତା): ସମଗ୍ର ଜୋନର ଶ୍ରେଷ୍ଠ ସ୍ଥାନୀୟ ସଂଗଠନ ଭାବେ ୱିନର୍ ଟ୍ରଫି ହାସଲ କରିଛି ଟିଟିଲାଗଡ଼ ଶାଖା।
ପ୍ଲାଟିନମ୍ ଆୱାର୍ଡ - ସାମୂହିକ ପ୍ରଦର୍ଶନ ଏବଂ ସକ୍ରିୟ ଯୋଗଦାନ ପାଇଁ ସଂଗଠନକୁ ପ୍ରତିଷ୍ଠିତ ପ୍ଲାଟିନମ୍ ପୁରସ୍କାର ମିଳିଛି।
ଜେସିସାଟ୍ ପୁରସ୍କାର - ଶିକ୍ଷା ଓ ପ୍ରତିଭା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସଂଗଠନ ୩ଟି ପୁରସ୍କାର (ଲେଭଲ୍-୧ ବିଜେତା ଓ ରନର୍ସ-ଅପ୍ ସମେତ) ହାସଲ କରିଛି।
ଏହା ବ୍ୟତୀତ ସଂଗଠନ ଆହୁରି ଅନେକ ବିଭାଗରେ ରନର୍ସ-ଅପ୍ ଓ ସ୍ୱତନ୍ତ୍ର ସ୍ୱୀକୃତି ଲାଭ କରିଛି:
ପବ୍ଲିକ୍ ରିଲେସନ୍ସ (ଲୋକସମ୍ପର୍କ) କାର୍ଯ୍ୟକ୍ରମରେ ଜୋନ୍ ରନର୍ସ-ଅପ୍,
ଲୋକାଲ୍ ଗ୍ରୋଥ୍ ଆଣ୍ଡ୍ ଡେଭଲପମେଣ୍ଟ୍ କାର୍ଯ୍ୟକ୍ରମରେ ରନର୍ସ-ଅପ୍,ଜେସିଆଇ ଇଣ୍ଡିଆ ଫାଉଣ୍ଡେସନ୍ ସଦସ୍ୟତା ବର୍ଗରେ ରନର୍ସ-ଅପ୍, ରିଜିଅନ୍ ‘ଡି’ ର ଟପ୍ ପରଫର୍ମିଂ ଏଲ୍.ଓ. ସମ୍ମାନ,
ନୂତନ ଏଲ୍.ଓ. ବିସ୍ତାର ପାଇଁ ସ୍ୱତନ୍ତ୍ର ସ୍ୱୀକୃତି।ପ୍ଲାଟିନମ୍ ରେଜିଷ୍ଟ୍ରେସନ୍ ଆୱାର୍ଡ ଏବଂ ‘ଲଟ୍ସ ୨୦୨୬’ ଫୁଲ୍ ଏଲ୍.ଜି.ବି. ସମ୍ମାନ,ଜୋନ୍ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଥିବାରୁ ସ୍ୱତନ୍ତ୍ର ସମ୍ମାନ ହାସଲ କରିଛନ୍ତି।
ଏହି ବିରାଟ ସଫଳତା ପରେ ସଂଗଠନ ପକ୍ଷରୁ ସମସ୍ତ ସଦସ୍ୟ, ପୂର୍ବତନ ସଭାପତି, ବରିଷ୍ଠ ପରାମର୍ଶଦାତା ଏବଂ ଜୋନ୍ ସଭାପତି ଜେସି ସିଏ ପ୍ରଣବ ଲାଠ୍ଙ୍କୁ କୃତଜ୍ଞତା ଜଣାଯାଇଛି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏହି ବିଜୟ କୌଣସି ଜଣେ ବ୍ୟକ୍ତିବିଶେଷଙ୍କର ନୁହେଁ, ବରଂ ପ୍ରତ୍ୟେକ ସଦସ୍ୟଙ୍କ ନିସ୍ୱାର୍ଥପର ସେବା ଓ ଐକ୍ୟବଦ୍ଧ ପରିଶ୍ରମର ଫଳ। ଏହି ସଫଳତା ଆଗାମୀ ଦିନରେ ସମାଜସେବା ତଥା ଯୁବ ନେତୃତ୍ୱ ବିକାଶ ଦିଗରେ ନୂତନ ଉତ୍ସାହ ଯୋଗାଇବ ବୋଲି ଜେସିଆଇ ଟିଟିଲାଗଡ଼ ସିଟି ଆଶା ପ୍ରକାଶ କରିଛି।