-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଅଇଁଲାମୁଣ୍ଡା ଠାରେ ଆଶ୍ୱିନ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ଡ଼ୁମାଳ ସମାଜ ତରଫରୁ ମଙ୍ଗଳବାର ଇଷ୍ଟଦେବୀ ମା ମାହେଶ୍ୱରୀଙ୍କ ଖୁଣ୍ଟ ପୂଜା ଉତ୍ସବ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି | ଗାଁ ମଧ୍ୟଭାଗରେ ଅବସ୍ଥିତ ମାଁ ମାହେଶ୍ୱରୀଙ୍କ ସିଦ୍ଧ ଖୁଣ୍ଟ ଠାରେ ପୂଜାର୍ଚନା କରାଯାଇଥିଲା | ଉକ୍ତ ପୂଜନୋତ୍ସବ ଅବସରରେ ତିନିଜଣ ବରୁଆଙ୍କ ଶରୀରରେ ମାଁ ମାହେଶ୍ୱରୀ ଆଗମନ ହେବାପରେ ମାଙ୍କର ଖୁଣ୍ଟ ଅବସ୍ଥିତ ଖଳାରେ ବରୁଆ ମାନେ ଉପସ୍ଥିତ ଶ୍ରଦ୍ଧାଲୁଙ୍କୁ ମାଁଙ୍କ ବେଶରେ ଦର୍ଶନ ଦେଇଥିଲେ | ତେବେ କେତେକ ଶ୍ରଦ୍ଧାଲୁ ମାଙ୍କ ଠାରେ ନିଜର ହାରି ଗୁହାରି କରିଵା ସହ ମାନସିକ ପୂରଣ ପାଇଁ ସାଷ୍ଟାଙ୍ଗ ଦଣ୍ତବତ କରି ରହିଥିଲେ | ବରୁଆ ଭାବେ ହରିବନ୍ଧୁ କର୍ଣ୍ଣ,ଅଶାଡୁ ବସ୍ତିଆ ଏବଂ ନେପାଳ ମହାକୁର ଦାୟିତ୍ବ ନିର୍ବାହ କରିଥିବା ବେଳେ ପୂଜା କାର୍ଯ୍ୟରେ ମୁଖ୍ୟ ଦେହେରୀ ଭାବେ ଲକ୍ଷପତି କର୍ଣ୍ଣ ଏବଂ ସହାୟକ ଦେହେରୀ ଭାବେ ନୀଳ କର୍ଣ୍ଣ ସହଯୋଗ କରିଥିଲେ | ଏ ଅବସରରେ ଗ୍ରାମର ଡ଼ୁମାଳ ସମାଜର ସମସ୍ତ ପରିବାର ତଥା ଗ୍ରାମର ସମସ୍ତ ଶ୍ରଦ୍ଧାଲୁ ଉପସ୍ଥିତ ରହି ମା ମହେଶ୍ୱରୀଙ୍କ ଦର୍ଶନ କରିଥିଲେ | ଡ଼ୁମାଳ ସମାଜର ବରିଷ୍ଟ ସଦସ୍ୟ ରାଧାମାଧବ ପଧାନ,ମନବୋଧ ପଧାନ, ଦୁଆନ ପଧାନ,ଅନିରୁଦ୍ଧ ପଧାନ, ହୁଚମିନ ପଧାନ,ବଦ୍ରିନାରାୟଣ ପଧାନ,ପାଣ୍ଡବ ପଧାନ,ଜୟଦେବ ମହାକୁର, ପ୍ରେମାନନ୍ଦ କ୍ଷେତି ତଥା ଡ଼ୁମାଳ ସମାଜର ସବୁ ପରିଵାର ଉପସ୍ଥିତ ରହି ମା ମହେଶ୍ୱରୀଙ୍କ ପୂଜା ଉତ୍ସବରେ ସହଯୋଗ କରିଥିଲେ |