-+91-9937148622 |

prerana_bgr@rediffmail.com |

  Tuesday 21st April 2026 |

| | | |

R.N.I. Regd No. ODIODI/2010/46693

Breaking News

*ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   (21-Apr-2026)       ||      *ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   (21-Apr-2026)       ||      ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||      ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ    (20-Apr-2026)       ||      ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   (20-Apr-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   (20-Apr-2026)       ||      ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   (20-Apr-2026)       ||     

HOME   ଜିଲ୍ଲା

*ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-

21-Apr-2026



ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ ) ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଟାଉନ ହଲ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି।କାର୍ଯ୍ୟକ୍ରମରେ ମାନ୍ୟବର ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା।
ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସମେତ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଉପଜିଲ୍ଲାପାଳ ଡ଼ ସୌମ୍ୟରୂପା ରଥ, ଡିଏସପି ରେଣୁକା ସୁନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବୀଣାପାଣି ମିଶ୍ର, ସମାଜସେବୀ ବେଣୁଧର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ନୂତନ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ରେଅର ର ଅନଙ୍ଗ ନେଗୀ ଏବଂ ମନୋଜ ସ୍ୱାଇଁ ଙ୍କ ତତ୍ୱାବଧାନ ରେ କାର୍ଯକ୍ରମ ସମ୍ପାଦିତ ହୋଇଥିଲା ।

ସୂଚନାଯୋଗ୍ୟ କି, ଆଜି ସୁବର୍ଣ୍ଣପୁର ଜିଲ୍ଲାର ୫ଟି ବ୍ଲକ୍‌ରୁ ୩ଟି ଲେଖାଏଁ ଯୋଡି ଆସିଥିବା ବେଳେ ବିନିକା ବ୍ଲକ୍‌ରୁ ୨ଟି ଯୋଡି ଆସିଥିଲେ। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ। ବିବାହ କରିଥିବା ସମସ୍ତ ୧୭ ଜଣ କନ୍ୟାଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପରିବାରବର୍ଗ ଏବଂ ଜିଲ୍ଲା ପ୍ରଶାସନ ତଥା ସମାଜ କଳ୍ୟାଣ ବିଭାଗର ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପୂର୍ଣ୍ଣ ପରେ ସମସ୍ତ ନବବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବିବାହ ପରେ ଗୋଟିଏ ଲେଖାଏଁ ଗଛ ସମସ୍ତ ଦମ୍ପତିଙ୍କୁ ପ୍ରଦାନ କରାଯାଇଥିଲା, ସେମାନେ ଏହାର ଯତ୍ନ ନେବେ ଏବଂ ସେହି ଗଛର ଜୀବନ ତାଙ୍କର ବିବାହର ସମୟର ପ୍ରତୀକ ହେବ। ଏହି ଅବସରରେ ଇଂ ରଘୁନାଥ ଜଗଦଲା ମଧ୍ୟ ସମସ୍ତ ନୂତନ ଦମ୍ପତିଙ୍କୁ ଉପହାର ଦେଇଥିଲେ। ଜିଲ୍ଲା ଓଏସ ଏବଂ ଓଆରଏସ ସଂଘ ତରଫରୁ ମଧ୍ୟ ସେମାନଙ୍କୁ ଗୋଟିଏ ଲେଖାଏଁ ହାତଘଣ୍ଟା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ଉପସ୍ଥିତ ରହି ସାମୂହିକ ବିବାହକୁ ସଫଳ କରିବାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   21-Apr-2026
  ଜିଲ୍ଲା  
*ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   21-Apr-2026
  ଜିଲ୍ଲା  
ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   21-Apr-2026
  ଜିଲ୍ଲା  
ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   21-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ   21-Apr-2026
  ଜିଲ୍ଲା  
ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ   21-Apr-2026
  ଜିଲ୍ଲା  
ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ   20-Apr-2026
  ଜିଲ୍ଲା  
ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   20-Apr-2026
  ରାଜ୍ୟ  
ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ   20-Apr-2026
  ଜିଲ୍ଲା  
ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   20-Apr-2026
  ଜିଲ୍ଲା  
"ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   20-Apr-2026
  ଜିଲ୍ଲା  
*ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   20-Apr-2026

You Might Also Like