-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
13-Apr-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସଂସ୍କୃତ ବିଭାଗ ର ପୂର୍ବତନ ଛାତ୍ରୀ ତଥା ସୁବର୍ଣ୍ଣପୁର ଜିଲ୍ଲା ନନ୍ଦନମାଲ ଗ୍ରାମର ଭରତ ନାଗ ଓ ନିରାଶ ନାଗ ଙ୍କ ପୁତ୍ରୀ ମହେନ୍ଦ୍ରୀ ନାଗ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତିରୁପତି ରୁ ସଂସ୍କୃତ ବିଷୟରେ ଆଚାର୍ଯ୍ୟ (M.A) କରି ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ (Gold Medal)ଲାଭ କରିଛନ୍ତି। ସେ ପୂର୍ବରୁ ମଧ୍ୟ ଜଣେ ମେଧାବୀ ଛାତ୍ରୀ ଥିଲେ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ମଧ୍ୟ +୩ରେ ସଂସ୍କୃତ ରେ ଟପଟେନ ରେଙ୍କ ରେ ରହିଥିଲେ। ବର୍ତ୍ତମାନ ସେ ଉତ୍ତରପ୍ରଦେଶର ଲକ୍ଷ୍ନୌ ରେ ସଂସ୍କୃତ ରେ ବିଏଡ କରୁଛନ୍ତି । ସେ ଏହାର ସମସ୍ତ ଶ୍ରେୟ ତାଙ୍କ ବାପା ମାଆ ଏବଂ ପରିବାର ବର୍ଗ ଙ୍କ ସମେତ ସୋନପୁର କଲେଜ୍, ବଲାଙ୍ଗୀର ୟୁନିଭରସିଟି ର ଓ ରାଷ୍ଟ୍ରିୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ତିରୁପତି ର ସମସ୍ତ ଟିଚର ଙ୍କୁ ଦେଇଛନ୍ତି। ଭବିଷ୍ୟତ ରେ ଜଣେ ଭଲ ଶିକ୍ଷୟିତ୍ରୀ ହେବାପାଇଁ ଆଶା ରଖିଛନ୍ତି ବୋଲି ମହେନ୍ଦ୍ରୀ ମିଡିଆ ଙ୍କୁ ସୂଚନା ଦେଇଛନ୍ତି l