-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
12-Apr-2026
କାଲିମେଳା(ସନ୍ତୋଷ କୁମାର ପଣ୍ଡା):ଗ୍ରାମୀଣ ଅଞ୍ଚଳରେ ନବନିର୍ମିତ ପିଚୁ ରାସ୍ତା କାମ ନେଇ ଗୁରୁତର ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ରାସ୍ତା ନିର୍ମାଣ କାମ ଠିକ୍ ଭାବରେ ହୋଇନଥିବାରୁ କିଛି ଦିନ ମଧ୍ୟରେ ରାସ୍ତାର ଅନେକ ସ୍ଥାନରେ ଚିପ୍ସ ଗୋଡି ଉଠି ଯାଉଛି l ରାସ୍ତା ରୁ ସମ୍ପୂର୍ଣ୍ଣ ଚିପ୍ସ ଉଠି ଏକାଠି ଠୁଳ ହୋଇଯାଉଛି । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପୁସୁସଗୁଡା ପଞ୍ଚାୟତ ଅନ୍ତର୍ଗତ ଏମ.ପି.ଭି-୫୫ ଛକରୁ ମାଲାଭାରମ୍ ଛକ ପର୍ଯ୍ୟନ୍ତ ପ୍ରାୟ ୧.୮ କି.ମି. ରାସ୍ତା କାମକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ଏମ.ପି.ଭି-୫୫ ,ଏମ.ଭି-୧୨୮,
ଏ ମ.ଭି-୮୮ ଏହି ସବୁ ଗ୍ରାମକୁ ସଂଯୋଗ କରୁଥିବା ଓ ମାଲାଭାରମ୍କୁ ସଂଯୋଗ କରୁଥିବା ଏହି ରାସ୍ତାର କାମ କେବଳ ୨୦ ଦିନ ପୂର୍ବରୁ ସମାପ୍ତ ହୋଇଥିବା ସତ୍ୱେ, ଏହାର ଗୁଣମାନ ନେଇ ଏବେ ପ୍ରଶ୍ନ ଉଠିଛି lଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଠିକ୍ ନିୟମ ନମାନି କାମ ନ କରିବା ଫଳରେ ଏହି ପରିସ୍ଥିତି ସୁଷ୍ଟି ହୋଇଛି। ପିଚୁ ମାତ୍ରା ଅତି କସମ ଥିବାରୁ ରାସ୍ତା ତମାମ ଚିପ୍ସ ଖେଳେଇ ଯାଇଛି ଯାହାକି ଦୁଇ ଚକିଆ ଯାନ ପାଇଁ ଦୁର୍ଘଟଣା ଗ୍ରସ୍ତ ହେବାର ସମ୍ଭାବନା ବଢ଼ାଉଛି । ବର୍ଷା ଆସିବା ପୂର୍ବରୁ ଏଭଳି ରାସ୍ତାର ଅବସ୍ଥା ଲୋକଙ୍କୁ କଷ୍ଟ ଦେଉଛି । ସ୍ଥାନୀୟ ଅଂଚଳ ର ଗ୍ରାମ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତା କାମ ସମୟରେ ମଧ୍ୟ ନିମ୍ନମାନର କାମ ହେଉଥିବାକୁ ନେଇ ଏମ.ଭି ୧୨୮ ଗ୍ରାମ ବାସୀ ଅନେକ ପ୍ରତିବାଦ କରିଥିଲେ ହେଲେ କେହି କର୍ଣ୍ଣପାତ କରିନଥିଲେ । ବିନା କୌଣସି ନାମ ଫଳକ ରେ କାର୍ଯ୍ୟ ତରବରିଆ ଭାବେ ଅବହେଳା କରାଯାଇ କାମ ସମାପ୍ତ କରାଯାଇଛି। ବର୍ତ୍ତମାନ ରାସ୍ତାର ବିଭିନ୍ନ ସ୍ଥାନରେ ଖରାପ ନିର୍ମାଣର ପ୍ରମାଣ ଦେଖିବାକୁ ମିଳୁଛି, ଯାହା ଯାତାୟାତକୁ ବିପଦଜନକ କରିଛି। ଲୋକମାନେ ଦାବି କରିଛନ୍ତି ଯେ, ଏହି କାମର ଗୁଣମାନ ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ।
ସ୍ଥାନୀୟ ପ୍ରଶାସନଙ୍କ ଧ୍ୟାନ ଆକର୍ଷଣ ପାଇଁ ଲୋକମାନେ ଏହାକୁ ଏକ ଗୁରୁତର ସମସ୍ୟା ଭାବେ ଉଠାଇଛନ୍ତି। ଗ୍ରାମବାସୀମାନେ ଶୀଘ୍ର ରାସ୍ତାର ପୁନଃମରାମତି ଓ ଉଚ୍ଚ ମାନର କାମ କରାଯିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଛନ୍ତି।