-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
12-Apr-2026
ବଲାଙ୍ଗିର(ପ୍ରେରଣା ଖବର): ସ୍ଥାନୀୟ ଯାଦବ ଭବନ ଠାରେ ଏ. ଆଈ. ଟି. ୟୁ. ସି. ସହ ବନ୍ଧିତ ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନର ୩ୟ ତମ ଜିଲ୍ଲା ସମ୍ମିଳନୀ ସଂଯୋଜକ ପ୍ରବୀର କମ୍ପ ଓ ଜଗବନ୍ଧୁ ବେହେରା ଦ୍ବୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ ସଂଗଠନ ତଥା ରାଜ୍ୟ ଏ.ଆଈ.ଟି.ୟୁ. ସି. ର ସାଧାରଣ ସମ୍ପାଦକ ବିଜୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସଙ୍ଗେ ସଙ୍ଗେ ନିଖିଳ ଓଡିଶା ଆଶା କର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନମିତା ସାହୁ, ଏ. ଆଈ. ଟି.ୟୁ.ସି. ବଲାଙ୍ଗିର ଜିଲ୍ଲା ସଭାପତି ତୀର୍ଥ ପଧାନ, ସଂଗୀତା ବେହେରା ଓ କଲ୍ୟାଣୀ ଭାଟି ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ l
ରାଜ୍ୟରେ ବିଜେପି ଶାସିତ ଡବଲ ଇଂଜିନ ସରକାର କ୍ଷମାତାସିନ ହେଲାଦିନଠାରୁ ଶ୍ରମିକ ଶ୍ରେଣୀର ଲୋକଙ୍କ ଉପରେ ଦୈନନ୍ଦିନ ଜୀବନରେ ଚଳିବା ପାଇଁ ଡବଲ ବୋଝ ପଡିଯାଇଛି l ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥବା ଖାଦ୍ୟ ସାମଗ୍ରୀ ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବଢିଚାଲିଥିବାରୁ ଜୀବନ ଜୀବିକା ଦୁର୍ବିସହଃ ହୋଇଯାଇଛି l ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ କାର୍ଡରେ ପୂର୍ବରୁ ଯେଉଁ ଆର୍ଥିକ ସୁବିଧା ସୁଯୋଗ ଗୁଡିକ ମିଳୁଥିଲା ଏବେ ତାହା ବନ୍ଦ କରିଦିଆଯାଇଛି ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଠିକ ସମୟରେ ଶ୍ରମିକ ମାନଙ୍କୁ ଶ୍ରମ କାର୍ଡ ମଧ୍ୟ ଦିଆଯାଉନାହିଁ l ଯେହେତୁ ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଅଟେ ତେଣୁ ଜିଲ୍ଲାର ଅଧିକାଂଶ ଲୋକ ଶ୍ରମିକ ଶ୍ରେଣୀର ଅନ୍ତର୍ଭୁକ୍ତ,ଅଧିକ ରୁ ଅଧିକ ଉଭୟ ମହିଳା ଓ ପୁରୁଷ ଶ୍ରମିକ ଚି଼ହ୍ନଟ କରି ପଞ୍ଜିକୃତ କରିବାକୁ ଆହ୍ୱାନ ଦେଇଥିଲେ l ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରି ସଂଗଠିତ କରିବା ସଙ୍ଗେ ସଙ୍ଗେ ବ୍ଲକ, ଜିଲ୍ଲା,ରାଜ୍ୟ ତଥା ଜାତୀୟ ସ୍ତରରେ ସରକାରଙ୍କ ଠାରୁ
ନିଜର ହକ ଦାବି ହାସଲ କରିବା ପାଇଁ ଜୋରସୋର ଲଢେଇ କରିବାକୁ ପଡିବ ବୋଲି ମତ ଦେଇଥିଲେ।
ଜ୍ୟୋସ୍ନା ଚନ୍ଦନ, ରୀନା ନାଏକ, ଡମ୍ବରୁ କlଳସlଏ, ଘାସିରାମ ସାହୁ, କଳାବତୀ ସାହୁ, ଧର୍ମରାଜ ପାତ୍ର, ପୁରୁଷୋତ୍ତମ କର୍ମୀ, ପିଙ୍କି ଧରୁଆ, ତପସ୍ୱିନୀ ନାଏକ, ହିମା ପୁଟେଲ, ହେମାଙ୍ଗିନୀ ଜୁଏଡ଼, ପଙ୍କଜିନୀ ଜୁଏଡ଼, ଶାନ୍ତି ସାହୁ, ଲଳିତ ରଣା ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଉକ୍ତ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଉଭୟ ମହିଳା ଓ ପୁରୁଷ ଶ୍ରମିକ ମାନେ ଯୋଗଦେଇ ତାଙ୍କ ବକ୍ତବ୍ୟ ଦେଇଥିଲେ ଏବଂ ଶେଷରେ ପ୍ରବୀର କମ୍ପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।