-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
12-Apr-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣ ପୁରୀ ସାଂସ୍କୃତିକ ଚେତନା ର ବାର୍ତ୍ତାବହ , "ପ୍ରାମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର" ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି l ଏହାର ଗୀତ ରଚନା କରିଛନ୍ତି କବି ଡ଼ ଆର୍ତ ତ୍ରାଣ ବାବୁ l କଣ୍ଠ ଦାନ କରିଛନ୍ତି ମଞ୍ଜୁଶ୍ରୀ ବାବୁ ଓ ସୁଶିଲ ମହାଲିଂ l ସଙ୍ଗୀତ ସଂଯୋଜନା କରିଛନ୍ତି ପଣ୍ଡିତ ମଧୁ ସୁଦନ ଦାସ l ଏହାର ପ୍ରଯୋଜକ ହେଲେ ଡାକ୍ତର ଆବାସ ରଞ୍ଜନ ବାବୁ ଓ ଆଶିଷ ରଞ୍ଜନ ବାବୁ l ପ୍ରଯୋଜନା କରିଛନ୍ତି ନିଶାନ ପ୍ରଡକ୍ସନ l ସମ୍ପାଦନା କରିଛନ୍ତି ରାଧେଶ୍ୟାମ ମିଶ୍ର l ସୁବର୍ଣ୍ଣପୁର ପ୍ରତୀକ ଟେଣ୍ଟ ହାଉସ ରେ ଅନୁଷ୍ଟିତ ଏ ଉତ୍ସଵ ର ପ୍ରଥମ ଅଧିବେଶନ ରେ ପୁସ୍ତକ ବନ୍ଦେ ମାଗୋ ସୋନପୁର ଲୋକାର୍ପିତ ହୋଇଥିଲା l ଏହି ଅବସରରେ ଅନୁଷ୍ଟିତ ସଭା ରେ ଡ଼ ସୌମ୍ୟ ରୂପା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଡ଼. ଆର୍ତ୍ତ ତ୍ରାଣ ବାବୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସଭାରେ ଲେଖକ ଗବେଷକ ଗୋରେଖ୍ ନାଥ ସାହୁ, ଡ଼ ପ୍ରଫୁଲ୍ଲ ରଥ, ବ୍ରଜ ମୋହନ ଦାନୀ, ଡ଼ ଜ୍ୟୋତି ରଞ୍ଜନ ବହିଦାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଉତ୍ସଵ ର ଦ୍ବିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଯୋଗ ଦେଇ ସୋନପୁରର ପ୍ରସିଦ୍ଧ "ମଠା ମାଛ ମଲିଫୁଲ ମୁଗ ମନ୍ଦିର ସହିତ ଆଉ ତିନୋଟି କଥା ଯୋଡି ଥିଲେ ତାହା ହେଲା ମାଟି ମଣିଷ ଓ ମହକ ବୋଲି କହିଥିଲେ l "ଗୋଟେ ଗାଁ ଗୋଟେ ସହର ଗୋଟେ ଜାଗା ସେତେବେଳେ ହିଁ ପ୍ରସିଦ୍ଧ ହୁଏ ଯେତେବେଳ ମାଟି ଥାଏ ମଣିଷ ଥାଏ ତାହାର ମହକି ଥାଏ" , ଆଉ ଆପଣ ମାନେ ଏ ମାଟି ର ମଣିଷ ଓ ଜଣେ ଜଣେ ପ୍ରତିଭା, ଆପଣ ମାନଙ୍କ ପାଇଁ ଏ ସହର ଜିଲ୍ଲା ଉଲ୍ଲସିତ ହୋଇଛି ବୋଲି କହିଥିଲେ l "ମଣିଷ ମାନସିକ ଶାରୀରିକ ସ୍ତରରେ ସୁସ୍ଥ ଓ ଫିଟ୍ ରହିବାକୁ ହେଲେ ମହୋଷଧି ଠୁଁ ଅଧିକ କାମ କରେ କଣ ତାହା ହେଲା ସକାରାତ୍ମକ ଚିନ୍ତା, ଯଦି ଆମ ଚିନ୍ତନ ଟା ନକାରାତ୍ମକ ରହେ ତାହାଲେ ସବଳ ଶାନ୍ତ ସୁନ୍ଦର ହେବା କାଠିକର ହୋଇଥାଏ ବୋଲି କହିଥିଲେ l ମଣିଷ ଅନ୍ୟ କୁ ପ୍ରଶଂଶା କରିବା ଖୁବ୍ କଠିନ କାମ ଓ ସବୁଠୁ ବିରଳ ମଧ୍ଯ l କିନ୍ତୁ ଗୁଡ଼ାଏ ପ୍ରଜାତି ଭିତରେ ଡ଼ ଆର୍ତ୍ତ ତ୍ରାଣ ବାବୁ ଏକ ଭିନ୍ନ ମଣିଷ, କେବେ ତାଙ୍କ ଠାରେ ନକାରାତ୍ମକ ଚିନ୍ତନ ଦେଖିବାକୁ ମିଳେନି l ଦୁଇଟି ଆଣ୍ଠୁ ତାଙ୍କ ର ରିପ୍ଲେସମେଣ୍ଟ ଚିକିତ୍ସା ବେଳେ ଭୁବନେଶ୍ୱର ମେଡିକାଲ୍ ରେ ଏ ପୁସ୍ତକ ର ଲେଖା ଆରମ୍ଭ କରିଥିଲେ , ଏଵଂ ଏ ବହିର ୩୦ ଟା ପଦ ଭିତରେ ସୋନପୁର ର କବି, ଲେଖକ, ସାମ୍ୱାଦିକ , କିମ୍ବଦନ୍ତୀ ପୁରୁଷ, କଳାକାର, ଐତିହାସିକ, ସମାଜସେବୀ ଙ୍କ ସମେତ ପ୍ରତ୍ୟେକ ପ୍ରତିଭା ଙ୍କୁ ଫୋକସ କରିଛନ୍ତି ପ୍ରଶଂଶା କରିଛନ୍ତି ବୋଲି ଡ଼ ସାହୁ କହିଥିଲେ l ତେଣୁ ପରସ୍ପର ପ୍ରତି ଯଦି ଭଲ ପାଇବା ଶ୍ରଦ୍ଧା କରିବା ତ ଆମେ ଅନୁଭବ କରିବା ଯେ ଏଠି ହିଁ ସ୍ୱର୍ଗ ଅଛି ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l ସମସ୍ତ କାର୍ଯ୍ଯ କ୍ରମ କୁ ହିମାଂଶୁ ଭୂଷଣ ପଣ୍ଡା ଓ ଲକ୍ଷ୍ମନାରାୟଣ ସାହୁ ସଂଯୋଜନା କରିଥିବା ବେଳେ ଶେଷରେ ପ୍ରଦ୍ୟୁମ୍ନ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ l ପ୍ରକାଶ ଥାଉ କି ଯେ ଆଜି ଏହି ଉତ୍ସବ ଆୟୋଜକ ଡ଼ ଆର୍ତ୍ତ ତ୍ରାଣ ବାବୁ ଙ୍କ ଜନ୍ମ ଦିନ ଥିବାରୁ ତାଙ୍କୁ ଗୋପାଳ ଜି ଯୋଗାଳୟ, ନିଶାନ ପ୍ରଡକ୍ସନ, ଶକ୍ତ ଦୀପା, ସ୍ଵଚ୍ଛ ଭାରତ, ଓଡ଼ିଶା ସାମ୍ୱାଦିକ ସଂଘ ଆଦି ସଙ୍ଗଠନ ପକ୍ଷରୁ ଶୁଭେଛା ଓ ସମ୍ବର୍ଧନା ଜଣାଇ ଡ଼ ବାବୁ ଙ୍କ ଦୀର୍ଘ ଜୀବନ କାମନା କରିଥିଲେ l କଣ୍ଠ ଶିଳ୍ପୀ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ, ସୁଶିଲ ମହାଲିଙ୍ଗ, ସଙ୍ଗୀତ ନିର୍ଦ୍ଦେଶକ ମଧୁ ସୁଦନ ଦାସ, ଓ ନିଶାନ ପ୍ରଡକ୍ସନ ର ସଭାପତି ଅଖୁଜ ଷାଣ୍ଢ, ଅଧ୍ୟକ୍ଷ ନନ୍ଦ କାନା ପୁଝାରୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ଼.ରାଧେ ଶ୍ୟାମ ମିଶ୍ର ଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା l ଏହି ଉତ୍ସବ ରେ ସହର ର ବହୁ ବୁଦ୍ଧିଜୀବି, ସଚେତନ ନାଗରିକ, କବି, ଯୋଗୀ, ଲେଖକ, ସମାଜ ସେବୀ, ସାମ୍ୱାଦିକ ଯୋଗ ଦେଇଥିଲେ l ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରାମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର କୁ ଲୋକାର୍ପିତ କରା ଯାଇ ଥିବା ବେଳେ ଦୀର୍ଘ ଘଣ୍ଟାଏ ଧରି ଏହି ଚଳଚ୍ଚିତ୍ର କୁ ସମସ୍ତେ ଉପଭୋଗ କରିଥିଲେ l