-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
13-Apr-2026
(ରଂଜିତ ମହାନ୍ତି )
ବରୀ,ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଳକୁଣ୍ଡର ୨୦୦୪ ବ୍ୟାଚର ଏକ ବନ୍ଧୁ ମିଳନ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପ୍ରତିଷ୍ଠାତା ପଦ୍ମନାଭ ଜେନାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇଥିଲେ l ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ତତ୍କାଳିନ ଶିକ୍ଷକ ମାନେ ଯୋଗଦେଇ ସମସ୍ତଙ୍କର ଉତ୍ତରୋତର କାମନା କରିବା ସହିତ ନିଜ ନିଜର ଉତ୍ତର ପିଢିଙ୍କୁ ଜଣେ ଜଣେ ଉତ୍ତମ ନାଗରିକ କରି ଗଢି ତୋଳିବା ପାଇଁ ପ୍ରବର୍ତ୍ତାବା ସହ ଗୁରୁଙ୍କୁ ଭକ୍ତି କରିବା ଜଣେ ଉତ୍ତମ ଛାତ୍ରର କର୍ତ୍ତବ୍ୟ ସତ୍ୟ କିନ୍ତୁ ପିତା ମାତା ହେଉଛନ୍ତି ପ୍ରଥମ ଗୁରୁ ତେଣୁ ପିତା ମାତାଙ୍କ ସେବା କରିବା ପ୍ରଥମ ଧର୍ମ ବୋଲି କହିଥିଲେ l
ପୁରାତନ ଛାତ୍ର, ଛାତ୍ରୀମାନେ ସେମାନଙ୍କ ପରିବାର ସହିତ ଯୋଗଦେଇ ଗୁରୁଙ୍କ ଆଶ୍ରିବାଦ ନେ଼ଇ ପୁରୁଣା ସ୍ମୃତିକୁ ମନେ ପକାଇ ଭାବର ଆଦାନ ପ୍ରଦାନ କରିବା ସହିତ ନାଚ ଗୀତ କରି ଶୁ ସ୍ୱାଦୁ ଖାଦ୍ୟ ପେୟର ଆନନ୍ଦ ଉପଭୋଗ କରିଥିଲେ। ଉକ୍ତ ଉତ୍ସବରେ ପୁରାତନ ଛାତ୍ର ଶୁଭ୍ର ଜେନା, ବିଶ୍ଵ ରଞ୍ଜନ ଧଳ, ମନୋଜ ମଲିକ, ମଧୁସ୍ମିତା ଜେନା, ଅସୀମା ଜେନା, ଲେଲି ବିଶ୍ଵାଳ, ମହେନ୍ଦ୍ର ବିଶ୍ଵାଳ, ସୁଧନ୍ୟା ଜେନା ପ୍ରମୁଖ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅବିନାଶ ଜେନା, ଦିଲ୍ଲିପ ଦାସ, ମନୋଜ ଜେନା, ଜନ୍ମେଜୟ ଜେନା, ଟୁଳୁ ମଲିକ, ରେଖା ସ୍ୱାଇଁ, ନିହାର ରଞ୍ଜନ ନାୟକ, ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ