-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

ପଦ୍ମନାଭ ହାଇ ସ୍କୁଲର ୨୦୦୪ ବ୍ୟାଚ ବନ୍ଧୁମିଳନ   (13-Apr-2026)       ||      ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲି ରେ ଜଳଯୋଗାଣ ଆରମ୍ଭ   (13-Apr-2026)       ||      ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ♦️ପ୍ରଦୀପ ସଭାପତି ଓ ରୁଦ୍ରକିଶୋର ସମ୍ପାଦକ   (13-Apr-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   (13-Apr-2026)       ||      *ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||     

HOME   ଜିଲ୍ଲା

ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲି ରେ ଜଳଯୋଗାଣ ଆରମ୍ଭ

13-Apr-2026



ବଲାଙ୍ଗିର(ପ୍ରେରଣା ଖବର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନିକ ଓ ସ୍ଥାନୀୟ ଜନପ୍ରତିନିଧି ଙ୍କ ଅଣଦେଖା ଓ ଅବହେଳା ଯୋଗୁଁ କୁତୁର୍ଲା ପଂଚାୟତର ମୁରସିଂ ଓ ପର୍ଶୁପାଲି ଗାଁ କୁ ପିଇବା ପାଣି ଯୋଗାଣରେ ଘୋର ଅବ୍ୟବସ୍ଥା  ଦେଖାଦେଇଥିଲା । ୨୦୨୪ ମସିହା ପୂର୍ବରୁ ପିଇବା ପାଣି ପାଇଁ ନିର୍ମିତ ଓଭରହେଡ ଟେଙ୍କର ଲୋକାର୍ପଣ ତତ୍କାଳିନ ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ହୋଇଯାଇଥିଲେ ହେଁ ନିର୍ବାଚନ ପରେ ଜାଣିଶୁଣି ଜଳଯୋଗାଣ କ୍ଷେତ୍ରରେ ଅବହେଳା କରାଯାଇଥିବା ଲୋକେ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ସେ ରାସ୍ତାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯାଉଥିବା ବେଳେ ମୁରସିଂ ଓ ପର୍ଶୁପାଲି ଲୋକେ ଏ ପ୍ରଶାସନିକ ଅବହେଳା କୁ ନେଇ ଜଳକଷ୍ଟ ଭୋଗୁଥିବା ଅଭିଯୋଗ କରିଥିଲେ । ସେ ସମୟରେ ତୁରନ୍ତ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରି ଓଭରହେଡ ଟେଙ୍କ ରୁ ଯେମିତି ପିଇବା ପାଣି ସୂଚାରୁ ରୂପେ ଲୋକେ ପାଇପାରିବେ ସେ ଉପରେ ଏକ ଡିପ୍ ବୋରୱେଲ ଖନନ ଏବଂ ଦୁଇଟି ହେଣ୍ଡପମ୍ପ ବୋରୱେଲ ବସାଇବା ପାଇଁ କହିଥିଲେ । ଯାହାକି ଅଭିଯୋଗ ର ଗୋଟିଏ ସପ୍ତାହ ମଧ୍ୟରେ ବିଭାଗ ତରଫରୁ ପଦକ୍ଷେପ ନିଆସରିଛି । ଏହାକୁ ନେଇ ଗତ କାଲି ମୁରସିଂ ଗାଁ ରେ ଏକ ସାଧାରଣ ସଭା କରି ସ୍ଥାନୀୟ ଅଧିବାସୀମାନେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଧନ୍ୟବାଦ ଦେବା ସହ ପିଇବା ପାଣି ସମାଧାନ ହୋଇଯାଇଥିବା ରୁ ଉଭୟ ପର୍ଶୁପାଲି ଓ ମୁରସିଂ ଗ୍ରାମବାସୀ ଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ । ସଭାରେ ଉପସ୍ଥିତ ଗାଁବାସୀ ଆହୁରି କିଛି ମୌଳିକ ସୁବିଧା କୁ ନେଇ ଶ୍ରୀ ମିଶ୍ରଙ୍କ ଆଗରେ ଅଭିଯୋଗ କରିଥିଲେ ଯାହାକି ଶ୍ରୀ ମିଶ୍ର ସମସ୍ୟାକୁ

ନେଇ ଲିଖିତ ଆକାରରେ ଜଣାଇଲେ ତାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସଭାରେ ଶ୍ରୀ ମିଶ୍ରଙ୍କ ବ୍ୟତିତ କଂଗ୍ରେସ ନେତା ରାମଜୀ ଚୌଧୁରି, କାନ୍ତେଶ୍ୱର ପ୍ରଧାନ, ଅସୀତ କୁମାର ମିଶ୍ର, ଇସମାଇଲ ସୁନା, ପଙ୍କଜିନୀ ଛତ୍ରିଆ, ଦୟା ତ୍ରିପାଠି, ପ୍ରତାପ ବାଗ, ପଦ୍ମନ ଛତ୍ରିଆ, ବିବିଧ ବାଗ, ଶଶିକାନ୍ତ ପଟେଲ, ସୁରେନ୍ଦ୍ର ନାଗ, ସନ୍ତୋଷ ବାଗ, ଆହ୍ଲାଦ ବାଗ, ପ୍ରହଲ୍ଲାଦ ବାଗ, ପ୍ରଶନ୍ନ ନାଗ, ସଂଜିବ ନାଗ, ପ୍ରଦୀପ ପ୍ରଧାନ, ଗଣ୍ଡାରାମ ପ୍ରଧାନ, ନିଳ ପ୍ରଧାନ ଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଦ୍ମନାଭ ହାଇ ସ୍କୁଲର ୨୦୦୪ ବ୍ୟାଚ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲି ରେ ଜଳଯୋଗାଣ ଆରମ୍ଭ   13-Apr-2026
  ଜିଲ୍ଲା  
ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ♦️ପ୍ରଦୀପ ସଭାପତି ଓ ରୁଦ୍ରକିଶୋର ସମ୍ପାଦକ   13-Apr-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   13-Apr-2026
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026

You Might Also Like