-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
12-Apr-2026
ବଲାଙ୍ଗିର(ପ୍ରେରଣା ଖବର): ବନଦୁର୍ଗା ମହୋତ୍ସବର ପରି କଳ୍ପନା ବିସ୍ଥାପିତଙ୍କ ଭିତରେ ଏକତା, ଡ୍ୟାମ ଅଂଚଳର ସମ୍ପୁର୍ଣ୍ଣ ବିକାଶ ଏବଂ ବିସ୍ଥାପିତଙ୍କ ବାକି ରହିଯାଇଥିବା ଦାବି ଗୁଡିକର ସମାଧାନର ସୁତ୍ର ବାହାର କରିବା ପାଇଁ କରାଯାଇଛି । ଏଥର ହେଉଛି ଏହି ମହୋତ୍ସବର ଦ୍ୱିତୀୟ ବର୍ଷ । ଏହାର ଅଧ୍ୟକ୍ଷ ହିସାବରେ ମୁଁ ନିଶ୍ଚିତ ଭାବରେ ଗର୍ବ ଅନୁଭବ କରିବି ଯେ, ଆଜି ଉଦଯାପନି ଦିବସରେ ରାଜନୈତିକ ବିଦ୍ୱେଷ ତଥା ଚିନ୍ତାଧାରାକୁ ପଛରେ ପକାଇ ତିନି ପ୍ରମୁଖ ରାଜନୈତିକ ଦଳର ରାଜନେତା ମାନେ ମଞ୍ଚାସିନ ଅଛନ୍ତି । ସମସ୍ତେ ଏଥିରେ ବି ସହମତ ଯେ, ସମସ୍ତେ ଏକତ୍ରିତ ହୋଇ ଏହି ପ୍ରକଳ୍ପ ଅଂଚଳ ତଥା ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ଆଗଭର ହେବେ । ମୁଁ ମଧ ୍ୟ ଏଥିରେ ସହମତ ଯେ, ରାଜନୈତିକ ଚିନ୍ତାଧାରା ଉର୍ଦ୍ଧ୍ୱରେ ରହି ଆମେ ଯଦି ପ୍ରତ୍ୟେକେ ନିଜର ଯୋଗଦାନ ଏହି ଅଂଚଳ ତଥା ବିସ୍ଥାପିତ ଙ୍କ ପ୍ରତି ପ୍ରଦାନ କରିବା ତେବେ ିଶ୍ଚିତ ଭାବରେ ପ୍ରକଳ୍ପ ତଥା ଆଖ ପାଖ ଅଂଚଳ ଆତ୍କ ଦୃଶିଆ ବିକାଶ ହୋଇ ପାରିବ ବୋଲି ଲୋୟର ଶୁକତେଲ ଡ୍ୟାମ ତଳେ ଅନୁଷ୍ଠିତ ବନଦୁର୍ଗା ମହୋତ୍ସବର ଉଦଯାପନ ଦିବସରେ ଏହାର ଅଧ୍ୟକ୍ଷ ତଥା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଇତିହାସ କହେ ପ୍ରେତ୍ୟେକ ପ୍ରକଳ୍ପ କାମରେ ଦୁର୍ନିତି ଏକ ମୂଖ୍ୟ ପ୍ରତିବନ୍ଧକ, ଲୋକେ ଏଥି ପ୍ରତି ସଜାଗ ରହିବା ଆବଶ୍ୟକ । ଦୁର୍ନିତିର ଉଦାହରଣ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ, ତାଙ୍କ ବିଧାୟକ ପାଣ୍ଠିରୁ ସଦେଇପାଲିର ଏକ ରାସ୍ତା ପାଇଁ ତିନି ବର୍ଷ ପୂର୍ବରୁ ଅନୁଦାନ ଦିଆଯିବା ସହ ସଦର ବ୍ଲକ ତରଫରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଦେଖାଯାଉଛି, ସେ ଅନୁଦାନ ରାଶିରେ କୌଣସି କାମ ହୋଇ ନାହିଁ କି କାର୍ଯ୍ୟାଦେଶରେ କୌଣସି ପରିବର୍ତ୍ତନ କରା ଯାଇ ନାହିଁ । କିନ୍ତୁ ଅନୁଦାନ ରାଶି ଗାୟବ ହୋଇ ଯାଇଛି । ତେଣୁ ଏହି ଦିଗରେ ବହୁ ଶିଘ୍ର କାର୍ଯ୍ୟାଦେଶ ପାଇଥିବା ଲୋକେ ଆଇନ ର ଆଶ୍ରୟ ନେଇ ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ପ୍ରକଳ୍ପ ଅଂଚଳରେ ଏକ ସୁନ୍ଦର ବଗିଚା ଓ ଏକ ଷ୍ଟାଡିଅମ ନିର୍ମାଣ ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି , ଯାହାକି ବିଭାଗୀୟ ଅଧିକାରୀ ମାନେ ଆସି ତାହାର ଡିପିଆର ପ୍ରସ୍ତୁତ ପାଇଁ ପ୍ରସ୍ତୁତି ଦିଗରେ ପଦକ୍ଷେପ ନେଇ ସାରିଛନ୍ତି । ନିଶ୍ଚିତ ଭାବରେ ଏହି କାମ ପାଇଁ ସେ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଗୋପାଳଜୀ ପାଣିଗ୍ରାହୀ ଯୋଗଦେଇ ପ୍ରକଳ୍ପ ପାଇଁ ତାଙ୍କ ଲଢେଇ ଅଂଚଳବାସୀ ଠିକ ଜାଣିଛନ୍ତି । ଗତ ସରକାର ଅସମ୍ପୁର୍ଣ୍ଣ
ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ସେ ଯାହା ବି ହେଉ ମୋହନ ସରକାର ଯାହା ବି କାମ ରହିଯାଇଛି ସେ ସବୁକୁ ପୁରା କରିବା ଦିଗରେ ସେ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ । ଜିଲ୍ଲା ପରିଷଦ ଅଧକ୍ଷ୍ୟା ଦେବକି ସାହୁ ସମସ୍ତେ ମିଳିମିଶି ପ୍ରକଳ୍ପ ତଥା ବିସ୍ଥାପିତଙ୍କ ସମସ୍ୟା ପାଇଁ ସାମୁହିକ ଉଦ୍ୟମ କଲେ ଅଂଚଳର ବିକାଶ ନିଶ୍ଚିତ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶ୍ରୀକର ମିଶ୍ର, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଗୁଲାପ ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଘାସିରାମ ବେହେରା, ସଭାପତି ସଂଜୟ ଗଡତ୍ୟା ପ୍ରମୁଖ ମଂଚାସିନ ଥିବା ବେଳେ ମଂଚ ପରିଚାଳନା ବିକାଶ ରଂଜନ ରଥ କରିଥିବା ବେଳେ ଜୟକୃଷ୍ଣ ମିଶ୍ର, କୈଳାସ ଚନ୍ଦ୍ର ସିଂଦେଓ, ଲମ୍ବୋଦର ପ୍ରଧାନ, ପ୍ରମୋଦ ପଟେଲ, ଭରତ ସାହୁ, ବ୍ୟାସଦେବ ବନଛୋର । ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ପରିଚାଳନା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୫ ଦିନ ଧରି ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ର ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ପ୍ରକାର ସାଂସ୍କୃତିକ ଦଳ ପ୍ରଦାନ କରାଯାଇ ଥିଲା ।