-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
13-Apr-2026
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମର ମହାବୀର ପାହାଡ଼ ତଳେ ଅବସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅତ୍ୟନ୍ତ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମନ୍ଦିରରୁ ପ୍ରାୟ ୨–୩ କି.ମି. ଦୂରରେ ଅବସ୍ଥିତ ସଫେଇ ନଦୀ କୂଳକୁ ପବିତ୍ର କଳସ ଯାତ୍ରା ଯାଇଥିଲା। ଗ୍ରାମବାସୀଙ୍କର ଭକ୍ତି, ଶ୍ରଦ୍ଧା ଓ ଉତ୍ସାହରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ପବିତ୍ର କଳସ ଯାତ୍ରା ସହ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା। ୧୨.୦୪.୨୦୨୬
ସକାଳୁ ମନ୍ଦିର ପ୍ରତିଷ୍ଠା, କମ୍ବ ଭରଣା ଏବଂ ସନ୍ଧ୍ୟାରେ ପୂର୍ଣାହୂତି ଅନୁଷ୍ଠିତ ହୋଇଥିଲା।
ଏହି ପବିତ୍ର କାର୍ଯ୍ୟ ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ମଙ୍ଗଳା କିସାନଙ୍କର ଅନୁଦାନ ଉଲ୍ଲେଖନୀୟ ରହିଥିଲା। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ହଜାର ହଜାର ଭକ୍ତମାନେ ଯୋଗଦେଇ କୁରେଇବଗା ଗ୍ରାମବାସୀ ବୃନ୍ଦ ସହଯୋଗ ରେ ହୋଇଥିଲା
ସୁନ୍ଦରଗଡ ଜିଲ୍ଲା ରୁ ଟୋନିସ ରୋହିଦାସ ଙ୍କର ରିପୋର୍ଟ.